Home > ନିର୍ବାଚନ
ଦଳର ଖରାପ ପ୍ରଦର୍ଶନକୁ ନେଇ ସିଦ୍ଧୁଙ୍କ ପାକ୍ ପୀରତି ଦାୟୀ : ଅମରିନ୍ଦର ସିଂହ
Khabar Odisha:national-odisha-loksabha-election-2019-captain-amarinder-singh-attacks-on-navjot-singh-sidhu
ନୂଆଦିଲ୍ଲୀ, ମଇ ୨୩ (ଖବର ଓଡିଶା) :

 ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳ ମଧ୍ୟରେ ଆନ୍ତର୍କଳହ ସୃଷ୍ଟି ହୋଇ ଗଲାଣି । ଏହି ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦଳର ଖରାପ ପ୍ରଦର୍ଶନକୁ ନେଇ ନବଜୋତ ସିଂହଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ସିଦ୍ଧୁଙ୍କ ପାକ୍ ପୀରତି ପାଇଁ ଦଳକୁ ଏଭଳି କ୍ଷତି ହୋଇଛି । ଖାସ୍ କରି ସିଦ୍ଧୁ ପାକିସ୍ତାନ ଯାଇ ସେଠାକାର ସେନାଧ୍ୟକ୍ଷ କମର ଯାଦବଙ୍କୁ କୋଳାଗ୍ରତ କରିବାକୁ ନେଇ ଅମରିନ୍ଦର ଟାର୍ଗେଟ କରିଛନ୍ତି । ଭାରତୀୟ ଏବଂ ସେନା ସହ ଜଡିତ ଲୋକ ପାକିସ୍ଥାନୀ ସେନାଧ୍ୟକ୍ଷଙ୍କୁ କୋଳାଗ୍ରତ କରିବା ପସନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି । 

କେବଳ ସେତିକି ନୁହେଁ କ୍ୟାପଟେନ ଅମରିନ୍ଦର ସିଂହ ଗୁରୁଦାସପୁରରୁ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡଙ୍କ ଖରାପ ପ୍ରଦର୍ଶନକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅମରିନ୍ଦରଙ୍କ କହିବା ଅନୁଯାୟୀ, ସୁନୀଲ ଜଣେ ଭଲ ପ୍ରାର୍ଥୀ । ସେ ସେଠାରେ ବହୁ କାମ କରିଛନ୍ତି । ଜଣେ ଅନୁଭବୀ ନେତାଙ୍କୁ ଲୋକମାନେ ଏଭଳି କଣ ପାଇଁ ବ୍ୟବହାର କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । 

ତେବେ କଂଗ୍ରେସ ଉତର ଭାରତର ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ପଞ୍ଜାବରେ ଭଲ ପ୍ରଦର୍ଶନ କରିଛି । ସେଠାକାର ୧୩ ଆସନରୁ କଂଗ୍ରେସକୁ ୮ଟି ଆସନ ମିଳିଛି । ବିଜେପି ଏଠାରେ ୨ଟି ଆସନ ନେଇ ଚାଲିଛି ।