Home > ନିର୍ବାଚନ
ପରାଜୟ ବରଣ କଲେ ରାହୁଲ ଗାନ୍ଧୀ, ମୋଦୀଙ୍କୁ ଜଣାଇଲେ ଅଭିନନ୍ଦନ
Khabar Odisha:national-political-odisha-rahul-gandhi-addresses-press-conference-on-loksabha-results
ନୂଆଦିଲ୍ଲୀ, ମଇ ୨୩ (ଖବର ଓଡିଶା) :

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ପରାଜୟ ପାଇଁ ଗଣମାଧ୍ୟମ ନିକଟରେ ନିଜକୁ ଦାୟୀ କରିଛନ୍ତି । ରାହୁଲ କହିଛନ୍ତି କି, ଏହା ଦୁଇ ବିଚାରାଧାରା ମଧ୍ୟରେ ସଙ୍ଘର୍ଷ । ଆମ ଦୁଇ ଜଣଙ୍କର ଚିନ୍ତାଧାରା ଭିନ୍ନ । କିନ୍ତୁ ଚଳିତ ନିର୍ବାଚନରେ ମୋଦୀ ଏବଂ ବିଜେପି ବିଜୟୀ ହୋଇଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ମୁଁ ତାଙ୍କୁ ଶୁଭକାମନା ଜଣାଉଛି । କେବଳ ସେତିକି ନୁହେଁ ସେ ନିଜ ପରମ୍ପରାଗତ ଗଡ ଅମେଠିରେ ପରାଜୟ ସ୍ୱୀକାର କରି ସ୍ମୃତି ଇରାନୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । 

ରାହୁଲ ଗାନ୍ଧୀ ଫଳାଫଳକୁ ନେଇ କୌଣସୀ ପ୍ରକାରର ପ୍ରଶ୍ନ ନକରିବାକୁ ନିବେଦନ କରି କହିଛନ୍ତି କି, ମୁଁ ଦେଶର ଜନତାଙ୍କ ନିର୍ଣ୍ଣୟକୁ ନେଇ କୌଣସୀ ପ୍ରକାରର ପ୍ରଶ୍ନ କରିବି ନାହିଁ । ମୁଁ ଜନାଦେଶକୁ ପୂର୍ଣ୍ଣ ରୂପରେ ସମର୍ଥନ କରୁଛି । ବେରୋଜଗାର ଏବଂ ଆୟ ବୃଦ୍ଧି କରିବା ମୁଦ୍ଦାକୁ ନେଇ ରାହୁଲ କହିଛନ୍ତି କି, ଏହା ଆଲୋଚନା ପାଇଁ ଉଚିତ୍ ସମୟ ନୁହେଁ ।