Home > ନିର୍ବାଚନ
ପୁଣି ଥରେ ଚିରାଚରିତ ଭାବେ ନିଜ ପରାଜୟକୁ ନେଇ ଇଭିଏମକୁ ଦାୟୀ କଲେ ଉର୍ମିଳା ମାତୋଣ୍ଡକର
Khabar Odisha:national-political-odisha-we-have-noticed-discrepancies-in-evms-we-have-prepared-a-report-on-it-says-urmila-matondkar
ନୂଆଦିଲ୍ଲୀ, ମଇ ୨୩ (ଖବର ଓଡିଶା) :

 ଧୀରେଧୀରେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇ ଗଲାଣି । ବିଜେପିକୁ ୩୫୫ ଆସନରେ ବମ୍ପର ଜିତ ମିଳିଛି । ତେବେ ନିର୍ବାଚନ ପରିଣାମର ଚିତ୍ର ସ୍ପଷ୍ଟ ହେବା ସହିତ ଏବେ ପଛରେ ରହିଥିବା ଦଳମାନଙ୍କ ମଧ୍ୟରେ ଆନ୍ତକଳହ ଆରମ୍ଭ ହୋଇ ଗଲାଣି । ଜଣେ ଅନ୍ୟ ଜଣଙ୍କୁ ଦୋଷ ଲଦିବାରେ ବ୍ୟସ୍ତ । ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳର ଖରାପ ପ୍ରଦର୍ଶନକୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କୁ ଦୋଷ ଲଦିଛନ୍ତି । ଏହି କ୍ରମରେ ପୁଣି କଂଗ୍ରେସ ପ୍ରାର୍ଥୀନୀ ଉର୍ମିଳା ମାତୋଣ୍ଡକର ଚିରାଚରିତ ଭାବରେ ଇଭିଏମକୁ ଦୋଷ ଲଦିଲେଣି । 

ଉତର ମୁମ୍ବାଇରୁ କଂଗ୍ରେସର ଟିକେଟରେ ନିର୍ବାଚନ ଲଢୁଥିବା ବଲିଉଡ ଅଭିନେତ୍ରୀ ନିଜ ଆସନରୁ ହାରି ଯାଇଛନ୍ତି । ସେ ଇଭିଏମ ଗଡବଡ ହେବା କାରଣରୁ ହାରି ଯାଇଛନ୍ତି ବୋଲି ସଫେଇ ଦେଇଛନ୍ତି । ଉର୍ମିଳା କହିଛନ୍ତି କି, ମୁଁ ଗୋପାଳ ସେଠୀଙ୍କୁ ବିଜୟର ଶୁଭକାମନା ଜଣାଉଛି । ଆମକୁ ଇଭିଏମରେ ଗଡବଡ ଥିବା ନେଇ ସୂଚନା ମିଳିଛି । ଆମେ ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛୁ । ଯାହା ଆଜି ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରାଯିବ । 

ଏହା ପୂର୍ବରୁ ଉର୍ମିଳା ନିଜ ଟ୍ୱିଟର ଆକାଉଂଟରେ କହିଥିଲେ କି, ମାଗାଥାନେର ଇଭିଏମ ୧୭ସିରେ ଇଭିଏମରେ ହସ୍ତାକ୍ଷର ଏବଂ ମେସିନ ନମ୍ବର ଅଲଗା ରହିଛି । ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି ।