Home > ନିର୍ବାଚନ
୪୫ ବର୍ଷ ବିଜୁ ଲିଗାସିରେ ରହି ଲୋକମାନେ ହଠାତ୍ ପରିବର୍ତନକୁ ଗ୍ରହଣ କଲେ ନାହିଁ : ଦାମ
Khabar Odisha:political-state-odisha-dama-rout-statement-on-election-result
ଭୁବନେଶ୍ୱର, ମଇ ୨୪ (ଖବର ଓଡିଶା) :

ବହୁ କଳ୍ପନା ଜଳ୍ପନା ପରେ ଗତ କାଲି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ରାଜ୍ୟରେ ୫ମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି । ତେବେ ଏହି ନିର୍ବାଚନରେ ବିପକ୍ଷରୁ ବହୁ ହେଭିୱାଟ୍ ନେତା ପରାଜୟ ବରଣ କରିଛନ୍ତି । ଏହି କ୍ରମରେ ବରିଷ୍ଠ ନେତା ଦାମ ରାଉତ ଲଗାତର ୭ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବିାଚିତ ହୋଇଥିବା ଦାମ 4ଥର ବିଜୁ ଜନତା ଦଳ ପାଇଁ  ନିର୍ବାଚନରେ ଲଢି ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପିରେ ସାମିଲ ହୋଇଥିଲେ । ଏଥର ଦାମଙ୍କ ଯାଦୁ ଫେଲ ମାରିଛି । ସେ ବାଲିକୁଦା ଏରସମାରୁ ନିର୍ବାଚନ ଲଢି ପରାଜୟ ବରଣ କରିଛନ୍ତି ଯାହାକି ଦାମଙ୍କ ଗଡ ଥିଲା। ଏବେ ଦାମ ପରାଜୟ ନେଇ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । 

ଦାମ କହିଛନ୍ତି କି, ଓଡିଶାବାସୀଙ୍କ ମନରେ ଏବେବି ବିଜୁ ବାବୁଙ୍କ ପ୍ରତି ଅନୁରାଗ ରହିଛି । ନିର୍ବାଚନ ପୂର୍ବରୁ ପରିସ୍ଥିତି କିଛି ଅଲଗା ଜଣା ପଡୁଥିଲା । ଏବେ ଭାବୁଛି ଯେ, ବିଜୁମୟ ଓଡିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ ଅଛନ୍ତି । ବିଜୁଙ୍କ ପ୍ରତି ଥିବା ସମ୍ବେଦନଶୀଳ ଭାବ ଏବେବି ଲୋକଙ୍କ ମନରେ କାମ କରୁଛି । ତେବେ ଦାମ ନିଜ ପରାଜୟର ମଧ୍ୟ କାରଣ ଦର୍ଶାଇଛନ୍ତି ଏବଂ କହିଛନ୍ତି କି, ୪୫ ବର୍ଷ ବିଜୁ ଲିଗିସିରେ ରହି ଲୋକମାନେ ହଠାତ୍ ପରିବର୍ତନକୁ ଗ୍ରହଣ କଲେ ନାହିଁ । ସମ୍ଭବତଃ ସେଥିପାଇଁ ମୋ ପୁଅ ଜିତିଲା ଏବଂ ମୁଁ ହାରିଲି । ବିଜୁ ଲିଗାସି ସହ ସରକାରୀ କଳର ବ୍ୟବହାର ଅନ୍ୟ ଏକ କାରଣ ।