Home > ମନୋରଞ୍ଜନ
ସଲମାନଙ୍କ ଘରେ କ୍ରାଇବ୍ରାଞ୍ଚ ଚଢାଉ, ୨୯ବର୍ଷ ହେଲା ଫେରାର ଥିବା ମୋଷ୍ଟ ୱାଣ୍ଟଡ଼ ଅପରାଧି ଗିରଫ
Khabar Odisha:Crime-Odisha-salman-khan-bungalow-caretaker-held-in-29-year-old-robbery-case
ମୁମ୍ବାଇ, ଅକ୍ଟୋବର ୧୦(ଖବର ଓଡ଼ିଶା):

ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚର ଏକ ଟିମ ଚଢାଉ କରିଛି । ସେଠାରୁ ଏକ ଚାଞ୍ଚଲ୍ୟଜନକ ଘଟଣାରେ କ୍ରାଇମବ୍ରାଞ୍ଚ ସଲମାନଙ୍କ ଘରର ଜଣେ ତତ୍ୱାବଧାରକଙ୍କୁ ଗିରଫ କରିଛି । 

ଅଭିନେତା ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ତତ୍ୱାବଧାନ ଦାୟିତ୍ୱରେ ୨୦ବର୍ଷ କାଳ ରହି ଆସିଥିବା ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏକ ମାମଲାରେ ଗିରଫ କରିଛି । ସେ ମୁମ୍ବାଇ ପୋଲିସର ମୋଷ୍ଟ ୱଣ୍ଟେଡ଼ ତାଲିକାରେ ରହିଥିଲେ । ୨୯ବର୍ଷ ହେବ ପୋଲିସ ତାକୁ ଖୋଜୁଥିବା ଜଣାପଡ଼ିଛି । ଗିରଫ ହୋଇଥିବା ବ୍ୟକ୍ତିଜଣକଙ୍କ ନାମ ସିର୍ଦ୍ଧେଶ୍ୱର ରାଣା । କୈାଣସି ଏକ ଗୁପ୍ତ ସୂଚନାନୁସାରେ ମୁମ୍ବାଇ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରି ଚଢାଉ କରିଛନ୍ତି । ପୋଲିସ ସଲମାନଙ୍କ ଘରେ ଚଢାଉ କରିବା ଦେଖି ଅପରାଧି ରାଣା ଫେରାର ହେବାକୁ ଉଦ୍ୟମ କରିଥିଲା । କିନ୍ତୁ ପୋଲିସ ବଙ୍ଗଳାର ଚାରି ଦିଗରୁ ଘେରିଯିବା ପରେ ଅପରାଧିର ଚମ୍ପଟ ମାରିବା ଉଦ୍ୟମ ବିଫଳ ହୋଇଥିଲା ଓ ପୋଲିସ ସେହି ସମୟରେ ତାକୁ ଗିରଫ କରିଛି । 

ଅଭିଯୁକ୍ତ ରାଣା ଓ ତାର କିଛି ସହଯୋଗୀଙ୍କୁ ୧୯୯୦ ମସିହାରେ ଚୋରି ମାମଲାରେ ଗିରଫ ହୋଇଥିଲେ । କିନ୍ତୁ କିଛି ଦିନ ପରେ ସେମାନେ ଜାମିନରେ ବାହାରକୁ ଆସିଥିଲେ । ତା ପରଠାରୁ ଅଭିଯୁକ୍ତ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଥିଲା । ଖବର ପାଇବା ମୁତାବକ ମୁମ୍ବାଇ ପୋଲିସ ଓ କ୍ରାଇମବ୍ରାଞ୍ଚ ସଲମାନଙ୍କୁ ଖବର ନଦେଇ ବଙ୍ଗଳାରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛି ।

  • Tags: