Home > ମନୋରଞ୍ଜନ
ଚମକିଲା ରାନୁଙ୍କ ଭବିଷ୍ୟତ, ୧୨ବର୍ଷ ପୁରୁଣା ଏହି ହିଟ୍ ଗୀତର ଗାଇଲେ ରିମେକ
Khabar Odisha:Entertainment--Odisha-himesh-reshammiya-gonna-remake-36-china-town-song-with-ranu-mandal
ମୁମ୍ବାଇ, ସେପ୍ଟେମ୍ବର ୦୩(ଖବର ଓଡ଼ିଶା):

ପଶ୍ଚିମବଙ୍ଗ ରେଲୱେ ଷ୍ଟେସନରେ କୋକିଳ ସ୍ୱରରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେନସେସନ ପାଲଟିଥିବା ମହିଳା ରାନୁ ମଣ୍ଡଳ ହିମେସ ରେସମିଆଙ୍କ ନୂଆ ଫିଲ୍ମରେ ଗୀତ ଗାଇ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ରାନୁ ମଣ୍ଡଳଙ୍କୁ ୧୨ବର୍ଷ ପୁରୁଣା ଏକ ଗୀତର ରିମେକ ଗାଇବାର ସୁଯୋଗ ମିଳିଛି । 

କିଛି ଦିନ ହେବ ଚର୍ଚ୍ଚାରେ ଥିବା  ରାନୁ ମଣ୍ଡଳ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚଢି ଯାଉଛନ୍ତି । ହିମେସ ରେସମିଆଙ୍କ ଫିଲ୍ମ “ହାପି ହାର୍ଡି ଆଣ୍ଡ ହୀର” ର ପ୍ରଥମ ଗୀତ “ତେରି ମେରି କାହାନୀ” ଗୀତ ରେକଡ଼ିଂ କରିଥିଲେ । ଏହା ସହ ସେ ସେହି ସିନେମାର ମୋଟ ୨ଟି ଗୀତ ମଧ୍ୟ ରେକଡ଼ିଂ କରିଛନ୍ତି । ହିମେସ ରେସମିଆଙ୍କ ତତ୍ୱାବଧାନରେ ବର୍ତ୍ତମାନ ରାନୁ ମଣ୍ଡଳଙ୍କୁ ଏକ ନୂଆ ସୁଯୋଗ ମିଳିଛି । ହିମେସ ରେସମିଆ ନିଜ ଇନଷ୍ଟାଗ୍ରାମରେ ପୁଣି ରାନୁ ମଣ୍ଡଳଙ୍କ ଏକ ଗୀତ ଗାଉଥିବା ଭିଡ଼ିଓ ସେୟାର କରିଛନ୍ତି । ହିମେସ ସେୟାର କରିଥିବା ଭିଡ଼ିଓରେ ୧୨ ବର୍ଷ ପୁରୁଣା ଅର୍ଥାତ ୨୦୦୬ ମସିହାର ଫିଲ୍ମ “୩୬ ଚାଇନା ଟାଉନ”ର ଏକ ଗୀତ ‘ଆ ଆ ଆଶିକି ମେ ତେରି’ର ରିମେକରେ କଣ୍ଠଦାନ କରିଛନ୍ତି ରାନୁ ମଣ୍ଡଳ ।  ଏହି ରିମେକ ଗୀତରେ କିଛି ମ୍ୟୁଜିକରେ ପରିବର୍ତ୍ତନ କରାଯାଇଛି । କିନ୍ତୁ ରାନୁ ମଣ୍ଡଳଙ୍କ ସ୍ୱରରେ ଏହା ସମସ୍ତ ଶ୍ରୋତାଙ୍କୁ ପସନ୍ଦ ଆସିଛି । 

ଏହି ନୂଆ ଭିଡ଼ିଓ ସେୟାର କରି ହିମେସ ଲେଖିଛନ୍ତି ଯେ, ବର୍ତ୍ତମାନ ଗୀତର ପ୍ରଡ଼କ୍ସନ ଜାରି ରହିଛି । ଦେଶବାସୀ ରାନୁ ମଣ୍ଡଳଙ୍କ ମୁହଁରେ ହସ ଫୁଟାଇଥିବାରୁ ଧନ୍ୟବାଦ ।

  • Tags: