Home > ମନୋରଞ୍ଜନ
ରିଲିଜ ହେଲା “ମିଶନ ମଙ୍ଗଳ”ର ଟ୍ରେଲର, ମନ କିଣିଲା ଅକ୍ଷୟ କୁମାରଙ୍କ ଦେଶଭକ୍ତିଭରା ଡାଏଲଗ
Khabar Odisha:Entertainment--bollywood-mission-mangal-trailer-released-starring-akshay-kumar-vidya-balan-taapsee-pannu-sonakshi-sinha
ମୁମ୍ବାଇ, ଜୁଲାଇ ୧୮(ଖବର ଓଡ଼ିଶା):

ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ସିନେମା “ମିଶନ ମଙ୍ଗଳ”ର ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଫିଲ୍ମ ମଙ୍ଗଳ ଗ୍ରହ ଓ ଅନ୍ତରୀକ୍ଷରେ ଭାରତର ସଫଳତା ଉପରେ ଆଧାରିତ ହୋଇଛି । 

ଅକ୍ଷୟ କୁମାର ଅଗଷ୍ଟ ୧୫ରେ ପୁଣି ଏକ ଦେଶଭକ୍ତିର ଫିଲ୍ମ ପରଦାକୁ ଆଣି ଆସିବା ନେଇ ସ୍ପଷ୍ଟ ହୋଇଛି । ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ “ମିଶନ ମଙ୍ଗଳ”ର ଟ୍ରେଲର ଆଜି ରିଲିଜ କରାଯାଇଛି । ଏହି ସିନେମାରେ ଅକ୍ଷୟ କୁମାରଙ୍କ ସହ ବିଦ୍ୟା ବାଲନ, ତାପସି ପନ୍ନୁ , ସୋନାକ୍ଷୀ ସିହ୍ନା, କୀର୍ତ୍ତି କୁହ୍ଲାରି ଓ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମର ଟ୍ରେଲରରେ ନାସାର ମଧ୍ୟ ଅନୁପ୍ରବେଶ ଦେଖାଯାଇଛି । ସୋସିଆଲ ମିଡ଼ିଆରେ ଦର୍ଶକ ଏହି ସିନେମା ଟ୍ରେଲରକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି । 

ପ୍ରାୟ ୩ମିନିଟର ଏହି ଟ୍ରେଲରଟି ପ୍ରଥମେ ବିଫଳ ହୋଇ ପରେ ଚାଲେଞ୍ଜର ସାମନା କରି ଆଗକୁ ଆସିଛି । ମହିଳାଙ୍କ ଭୂମିକା ଏହି ଫିଲ୍ମରେ ସବୁଠାରୁ ଖାସ କଥା ରହିଛି । ସମସ୍ତଙ୍କ କିଛି ନା କିଛି ବ୍ୟକ୍ତିଗତ ଜୀବନର ଝଲକ ଏହି ଟ୍ରେଲରରେ ନଜର ଆସିଛି । ଏହି ଟ୍ରେଲରରେ ଦେଖାଯାଇଛି ଯେ ସାଧାରଣ ଜୀବନଯାପନ କରୁଥିବା କିଛି ବ୍ୟକ୍ତି ମିଳିମିଶି ଅସାଧାରଣ କାର୍ଯ୍ୟ ମଧ୍ୟ କରିପାରୁଛନ୍ତି, ଯାହାର ନେତୃତ୍ୱ ନେଇଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମରେ ବଲିଉଡ଼ ତାରକା ଅକ୍ଷୟ କୁମାର ISROର ବିଶିଷ୍ଠ ବୈଜ୍ଞାନିକର ଭୂମିକାରେ ନଜରକୁ ଆସିବେ । ଏହା ପୂର୍ବରୁ ନିର୍ଦ୍ଦେଶକ ଜଗନ “ହୋଲି ଡେ” , “ପ୍ୟାଡ଼ମେନ”  ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ ଅକ୍ଷୟଙ୍କ ସହ କାମ କରିଥିଲେ କିନ୍ତୁ “ମିଶନ ମଙ୍ଗଳ” ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ।

  • Tags: