Home > ମନୋରଞ୍ଜନ
ଦର୍ଶକଙ୍କ ଉପରେ ଫିଲ୍ମ “ବାଲା”ର ଯାଦୁ, ବକ୍ସ ଅଫିସରେ ୪ଦିନରେ ୫୦କୋଟିରୁ ଅଧିକ ଆୟ
Khabar Odisha:Entertainment--bollywood-odisha-ayushmann-khurrana-film-bala-day-4-box-office-collection-crossed-50-cr
ମୁମ୍ବାଇ, ନଭେମ୍ବର ୧୨(ଖବର ଓଡ଼ିଶା):

ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଥିବା ଫିଲ୍ମ “ବାଲା” ଆଜି ପଞ୍ଚମ ଦିନରେ ପହଂଚିଛି । ବଲିଉଡ଼ ତାରକା ଆୟୁଷ୍ମାନ ଖୁରାନା, ୟାମୀ ଗୈାତମ ଓ ଭୁମି ପେଡନେକରଙ୍କ ଏହି ଫିଲ୍ମ”ବାଲା” ବକ୍ସ ଅଫିସରେ ଧମାଲ କରିଛି । ଦର୍ଶକଙ୍କ ମନ କିଣି ନେଇଛି ଫିଲ୍ମ । ଏହି ଫିଲ୍ମଟି ଓପନିଙ୍ଗ ଦିନରେ ୧୦କୋଟି ୧୫ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ୪ଦିନରେ ମୋଟ ୫୦କୋଟି ପାର କରିଛି । 

ଫିଲ୍ମ “ବାଲା” ଗତ ଶୁକ୍ରବାର ରିଲିଜ ହୋଇଛି । ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ୧୦କୋଟି ୧୫ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଆୟ ଉପରେ ବୃଦ୍ଧି ଘଟିଥିଲା । । ଫିଲ୍ମଟି ଦ୍ୱିତୀୟ ଦିନରେ ୧୫କୋଟି ୭୩ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ତୃତୀୟ ଦିନରେ ୧୮.୦୭ କୋଟି ଓ ଚତୁର୍ଥ ଦିନରେ ୮.୨୬କୋଟି ଆୟ କରିଛି ।  ଫିଲ୍ମ “ବାଲା” ୪ଦିନରେ ମୋଟ ୫୨କୋଟି ୨୧ଲକ୍ଷ ବ୍ୟବସାୟ କରିଛି । ଫିଲ୍ମ “ବାଲା”ର ୪ଦିନ ବକ୍ସ ଅଫିସ କଲେକ୍ସନ ଦେଖିବାକୁ ଫିଲ୍ମଟି ଖୁବଶୀଘ୍ର ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆକଳନ କରାଯାଉଛି ।  

ତରଣ ଆଦର୍ଶଙ୍କ ଅନୁମାନ ଅନୁସାରେ, ୨୫କୋଟି ବଜେଟରେ ନିର୍ମିତ ଫିଲ୍ମ “ବାଲା” ଧମାଲ କରି ୪ଦିନରେ ୫୦କୋଟି ଆୟ ପାର କରିଛି । ଆଜି ଗୁରୁ ନାନକ ଜୟନ୍ତ୍ରୀ ଛୁଟି ଥିବାରୁ ଆୟ ଆହୁରି ଅଧିକ ରହିବ ବୋଲି ଆଶଙ୍କା କରିଛନ୍ତି । ସେ ଟ୍ୱିଇଟ କରିଛନ୍ତି ଯେ, ଆୟୁଷ୍ମାନ ଖୁରାନା ବର୍ତ୍ତମାନ ବକ୍ସ ଅଫିସରେ ରାଜ କରୁଛନ୍ତି । ଫିଲ୍ମ “ବାଲା” ତାଙ୍କର ସପ୍ତମ ହିଟ ଫିଲ୍ମ । ହେୟାରଫଲ  ସମସ୍ୟାରେ ରହିଥିବା ଜଣେ ଏପରି ଏକ ବ୍ୟକ୍ତିଙ୍କ କାହାଣୀକୁ ନେଇ ଆଧାରିତ ହୋଇଛି ଫିଲ୍ମ “ବାଲା” । ଚୁଟି ଝଡ଼ିବା କାରଣରୁ ତାଙ୍କୁ କୈାଣସି ଝିଅ ପଚାରୁନଥାନ୍ତି । ସମସ୍ତୋ ତାଙ୍କ ମଜାକ୍ ଉଡ଼ାଉଥାନ୍ତି ।

  • Tags: