Home > ମନୋରଞ୍ଜନ
ବକ୍ସ ଅଫିିସରେ ଧମାଲ କଲା ଫିଲ୍ମ”ବାଲା”, ୨ଦିନରେ ୨୫କୋଟି ପାର
Khabar Odisha:Entertainment--bollywood-odisha-bala-day-2-box-office-collection-ayushman-khurrana-movie-business
ମୁମ୍ବାଇ, ନଭେମ୍ବର ୧୦(ଖବର ଓଡ଼ିଶା):

ଏହି ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଯାଇଛି ଫିଲ୍ମ “ବାଲା” । ବଲିଉଡ଼ ତାରକା ଆୟୁଷ୍ମାନ ଖୁରାନା, ୟାମୀ ଗୈାତମ ଓ ଭୁମି ପେଡନେକରଙ୍କ ଏହି ଫିଲ୍ମ”ବାଲା” ଦର୍ଶକଙ୍କ ଉପରେ ନିଜ ଯାଦୁ କରିଛି । ଏହି ଫିଲ୍ମଟି ଓପନିଙ୍ଗ ଦିନରେ ୧୦କୋଟି ୧୫ଲକ୍ଷ ଟଙ୍କା ବ୍ୟବସାୟ କରିଛି । ଫିଲ୍ମ “ବାଲା”ର ପ୍ରଥମ ଓ ଦ୍ୱିତୀୟ ଦିନର ବକ୍ସ ଅଫିସ କଲେକ୍ସନ ଦେଖିବାକୁ ଗଲେ ସପ୍ତାହରେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆଶଙ୍କା କରାଯାଉଛି । 

ଫିଲ୍ମ “ବାଲା” ଶୁକ୍ରବାର ରିଲିଜ ହୋଇଛି । ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ୧୦କୋଟି ୧୫ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଆୟ ଉପରେ ବୃଦ୍ଧି ଘଟିଛି । ଫିଲ୍ମଟି ଦ୍ୱିତୀୟ ଦିନରେ ୧୫କୋଟି ୭୩ଲକ୍ଷ ଟଙ୍କା ବ୍ୟବସାୟ କରିଛି । ଫିଲ୍ମ “ବାଲା” ଏହି ୨ଦିନରେ ମୋଟ ୨୫କୋଟି ୮୮ଲକ୍ଷ ବ୍ୟବସାୟ କରିଥିବା ବେଳେ ଆଜି ରବିବାର ଥିବାରୁ ବ୍ୟବସାୟ ଭଲ ହେବ ବୋଲି ଆକଳନ କରାଯାଇଛି । ତରଣ ଆଦର୍ଶଙ୍କ ଅନୁମାନ ଅନୁସାରେ, ଏହି ଫିଲ୍ମ ତିନି ଦିନରେ ୪୦କୋଟି ପାର କରିବ । ୨୫କୋଟି ବଜେଟରେ ନିର୍ମିତ ଫିଲ୍ମ “ବାଲା” ୨ଦିନରେ ଆୟ କରିଛି ।  

ଫିଲ୍ମ “ବାଲା” ହେୟାରଫଲ  ସମସ୍ୟାରେ ରହିଥିବା ଜଣେ ଏପରି ଏକ ବ୍ୟକ୍ତିଙ୍କ କାହାଣୀକୁ ନେଇ ଆଧାରିତ ହୋଇଛି । ଚୁଟି ଝଡ଼ିବା କାରଣରୁ ତାଙ୍କୁ କୈାଣସି ଝିଅ ପଚାରୁନଥାନ୍ତି । ସମସ୍ତୋ ତାଙ୍କ ମଜାକ୍ ଉଡ଼ାଉଥାନ୍ତି । ଫିଲ୍ମ “ବାଲା” ତିନି ଦିନରେ ୪୦କୋଟି ପାର କରନେଲେ ପ୍ରଥମ ସପ୍ତାହରେ ୪୦କୋଟି ପାର କରିଥିବା ଆୟୁଷ୍ମାନ ଖୁରାନାଙ୍କ ଏହା ତୃତୀୟ ଫିଲ୍ମ ହେବ । ଏହା ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ “ବଧାଇ” ଓ “ଡ୍ରିମ ଗାର୍ଲ” ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । 

  • Tags: