Home > ମନୋରଞ୍ଜନ
ବକ୍ସ ଅଫିସରେ ଧମାଲ କଲା ଫିଲ୍ମ “ଛିଛୋରେ”, ଦୁଇ ଦିନରେ ମୋଟ ଏତିକି ଆୟ
Khabar Odisha:Entertainment--bollywood-odisha-chhichhore-box-office-collection-day-2-sushant-singh-rajput-and-shraddha-kapoor
ମୁମ୍ବାଇ, ସେପ୍ଟେମ୍ବର ୦୮(ଖବର ଓଡ଼ିଶା):

ନିତେଶ ତିୱାରିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ “ଛିଛୋରେ” ବକ୍ସ ଅଫିସରେ ଧମାଲ କରୁଛି ।ଏହି ସିନେମାକୁ ଦର୍ଶକଙ୍କ ବହୁତ ଭଲ ରିଭ୍ୟୁ ମଧ୍ୟ ମିଳିଛି । ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଷ୍ଟାରର ଫିଲ୍ମ ଏହି ଫିଲ୍ମ ଫ୍ରାଇ ଡେରେ ରିଲିଜ ହୋଇ ଦ୍ୱିତୀୟ ଦିନରେ ୧୨.୨୫ କୋଟି ଟଙ୍କା ବ୍ୟବସାୟ କରିଛି । 

ଫିଲ୍ମ “ଛିଛୋରେ”  ଓପନିଙ୍ଗ ଦିନରେ ୭.୩୨କୋଟି ଆୟ କରିଥିବା ବେଳେ ଦୁଇ ଦିନରେ ମୋଟ ୧୯.୫୭କୋଟିରେ ପାଦ ଦେଇଛି । ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶଙ୍କ ମୁତାବକ, ଫିଲ୍ମ “ଛିଛୋରେ”ର ଆୟ ଓପନିଙ୍ଗ ଦିନ ଠାରୁ ଦ୍ୱିତୀୟ ଦିନରେ ୬୭.୫୭ ପ୍ରତିଶତ ବୃଦ୍ଧି ଘଟିଥିଲା । ୱିକେଣ୍ଡର ଆୟ ସହ ମୋଟ ୩୫କୋଟି ଆୟ କରିବ ବୋଲି ଆଶଙ୍କା କରାଯାଉଛି । ଏହି ଫିଲ୍ମର ମୋଟ ବଜେଟ ହୋଇଥିବା ୭୦କୋଟି ଟଙ୍କା କୁହାଯାଉଛି । ପ୍ରଥମ ଓ ଦ୍ୱିତୀୟ ଦିନର ଆୟକୁ ଦେଖି ଫିଲ୍ମଟି ମୋଟ ବଜେଟ ଠାରୁ ଅଧିକ ଆୟ କରିବ ବୋଲି ଆଶଙ୍କା କରାଯାଉଛି । 

କଲେଜ ଲାଇଫ ଉପରେ ଆଧାରିତ ଫିଲ୍ମ “ଛିଛୋରେ”ରେ ଶ୍ରଦ୍ଧା କପୁର ଓ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି । ଏହି ସିନେମା ପ୍ରାୟ ୧୨୦୦ରୁ ୧୩୦୦ଟି ସ୍କ୍ରିନରେ ରିଲିଜ ହୋଇଛି । ଏହି ଫିଲ୍ମର କିଛି ଦୃଶ୍ୟ ୩ଇଡିୟଟର କପି ବୋଲି ଚର୍ଚ୍ଚା ହେଉଛି ।

  • Tags: