Home > ମନୋରଞ୍ଜନ
ପ୍ଲାଟଫର୍ମରୁ ବଲିଉଡ଼ ସିଙ୍ଗର ପାଲଟିଥିବା ରାନୁ ମଣ୍ଡଳଙ୍କ ଜୀବନୀ ଉପରେ ପ୍ରସ୍ତୁତ ହେବ ଫିଲ୍ମ
Khabar Odisha:Entertainment--bollywood-odisha-internet-sensation-ranu-mondal-biopic-film-to-go-on-floors
ମୁମ୍ବାଇ, ସେପ୍ଟେମ୍ବର ୨୫(ଖବର ଓଡ଼ିଶା):

ରେଳୱେ ପ୍ଲାଟଫର୍ମରେ ଗୀତ ଗାଇ ପେଟ ପୋଷୁଥିବା ମହିଳା ରାନୁ ମଣ୍ଡଳଙ୍କ ଆଜି ବଲିଉଡ଼ର ସୁପର ସିଙ୍ଗର । ବର୍ତ୍ତମାନ ସିଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ଖବର ଆସିଛି । ତାଙ୍କ ଜୀବନ କାହାଣୀ କୈାଣସି ଫିଲ୍ମର କାହାଣୀ ଠାରୁ କୈାଣସି ମତେ କମ ନାହିଁ । ତେଣୁ ଏହାକୁ ଆଧାର କରି ସିନେମା ଲୋକଙ୍କ ପାଖରେ ପହଂଚାଇବାକୁ ପ୍ରସ୍ତୁତି ଚାଲିଛି । 

ଲତା ମଙ୍ଗେସ୍କରଙ୍କ ଗୀତ”ଏକ ପ୍ୟାର କା ନଗମା ହେ” ଗୀତ ଗାଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁମଣ୍ଡଳଙ୍କ ଜୀବନ ବଦଳି ଯାଇଛି । ବର୍ତ୍ତମାନ ସେ ଇଣ୍ଟରନେଟ ସେନସେସନ ଓ ବଲିଉଡ଼ ସିଙ୍ଗଲ ରାନୁମଣ୍ଡଳଙ୍କ ନାଁରେ ପରିଚୟ ପାଇଛନ୍ତି । ରାନୁ ମଣ୍ଡଳଙ୍କ ଜୀବନ କାହାଣୀ ଉପରେ ଇନସ୍ପାଏର ହୋଇ ଫିଲ୍ମ ମେକର ହୃଷିକଶେ ମଣ୍ଡଳ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ ଫିଲ୍ମ ପ୍ରସ୍ତୁତ କରିବାକୁ ପ୍ଲାନିଙ୍ଗ କରିଛନ୍ତି । 

ରାନୁ ମଣ୍ଡଳଙ୍କ ଜୀବନୀ ଉପରେ ହେବାକୁ ଥିବା ବାୟୋପିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କୁ ଅଫର ଦିଆଯାଇଛି । ଚାରି ଦିନରେ ରାନୁ ମଣ୍ଡଳଙ୍କୁ ପ୍ରସିଦ୍ଧ କରାଇଥିବା ସୋସିଆଲ ମିଡ଼ିଆର ପାୱାର ମଧ୍ୟ ଫିଲ୍ମରେ ରହିବ । ଏହା ସହ ଦର୍ଶକ ରାନୁମଣ୍ଡଳଙ୍କ ଜୀବନ ଉପରେ ବିଶେଷ କିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି ବୋଲି ହୃଷିକଶେ ମଣ୍ଡଳ ଗଣମାଧ୍ୟମର ଏକ ଇଣ୍ଟରଭ୍ୟୁରେ ପ୍ରତିକ୍ରିୟା ଦେଇଛନ୍ତି ।

  • Tags: