Home > ମନୋରଞ୍ଜନ
ଏହି ବିଷୟ ପାଇଁ ଅମିରଙ୍କୁ ଧନ୍ୟବାଦ ଦେଇ ରିଟ୍ୱିଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Entertainment--bollywood-odisha-pm-narendera-modi-replied-to-aamir-khan-tweet-and-say-thankx-for-supporting-him-on-single-use-plastic
ନୂଆଦିଲ୍ଲୀ, ଅଗଷ୍ଟ ୨୮(ଖବର ଓଡ଼ିଶା):

ବଲିଉଡ଼ ତାରକା ଅମିର ଖାନଙ୍କ ପ୍ଲାଷ୍ଟିକ ବ୍ୟବହାର ଉପରେ ଏକ ଟ୍ୱିଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଟ୍ୱିଇଟ କରିବା ସହ ଧନ୍ୟବାଦ ଜଣାଇଛନ୍ତିା

ନିକଟରେ ଷ୍ଟାର ଅମିର ଖାନ ସାମାଜିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଇ “ସିଙ୍ଗଲ ୟୁଜ ପ୍ଲାଷ୍ଟିକ”ଉପରେ ଏକ ଟ୍ୱିଇଟ କରିଥିଲେ । ଅମିର ଏହି ଟ୍ୱିଇଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ “ସିଙ୍ଗଲ ୟୁଜ ପ୍ଲାଷ୍ଟିକ”ର ବ୍ୟବହାର ଉପରେ ପ୍ରଶଂସା କରିଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଅମିର ଖାନଙ୍କ ସେହି ଟ୍ୱିଇଟକୁ ରିଟ୍ୱିଇଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ଟ୍ୱିଇଟ ଜରିଆରେ ସେ ଏହା ଜଣାଇଛନ୍ତି ଯେ, ଅମିରଙ୍କର ଏହି କାର୍ଯ୍ୟ ସାଧାରଣଜନତାଙ୍କୁ ପ୍ରୋତ୍ସାହନ ଯୋଗାଇବ ।

ବଲିଉଡ଼ ଷ୍ଟାର ଅମିର ଖାନ ତାଙ୍କ ଟ୍ୱିଇଟରେ ପିଏମ ମୋଦୀଙ୍କୁ ସମ୍ଭୋଧନ କରି ଲେଖିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଜୀ “ସିଙ୍ଗଲ ୟୁଜ ପ୍ଲାଷ୍ଟିକ”ର ବ୍ୟବହାରକୁ ଶେଷ କରିବା କାର୍ଯ୍ୟକୁ ଆମକୁ ସମର୍ଥନ କରିବା ଉଚିତ । ଏହା ଆମ କର୍ତ୍ତବ୍ୟ ଯେ ଆମେ “ସିଙ୍ଗଲ ୟୁଜ ପ୍ଲାଷ୍ଟିକ”ର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ । 

  • Tags: