Home > ମନୋରଞ୍ଜନ
ବକ୍ସଅଫିସରେ ୧୦୦କୋଟି କ୍ଲବର ପାଦେ ଦୂରରେ ହ୍ରିତିକ ରୋଶନଙ୍କ ଫିଲ୍ମ “ସୁପର ୩୦”
Khabar Odisha:Entertainment--bollywood-super-30-box-office-collection-day-9-hrithik-roshans-impressive-growth-second-saturday
ମୁମ୍ବାଇ, ଜୁଲାଇ ୨୧(ଖବର ଓଡ଼ିଶା):

ବଲିଉଡ଼ ହିରୋ ହ୍ରିତିକ ରୋଶନଙ୍କ  ଫିଲ୍ମ “ସୁପର ୩୦” ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ରିଲିଜ ହେବାର ତିନି ଦିନରେ ୫୦କୋଟି ଆୟ କରିଥିବା ହ୍ରିତିକ ରୋଶନଙ୍କ ଏହି ସିନେମା ଖୁବଶୀଘ୍ର ୧୦୦କୋଟି କ୍ଲବରେ ପାଦ ଥାପିବ ବୋଲି ଆଶା କରାଯାଉଛି ।

ବଲିଉଡ଼ ଡ୍ରାମା ଫିଲ୍ମ “ସୁପର ୩୦” ପାଟଣା ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ଭଲ ପ୍ରଦର୍ଶନ କରି ଫିଲ୍ମ “ସୁପର ୩୦” ଦର୍ଶକଙ୍କ ପ୍ରିୟ ହୋଇପାରିଛି । ହ୍ରିତିକ ରୋଶନଙ୍କ ସହ ନାୟିକା ମୃଣାଲ ଠାକୁର , ପଙ୍କଜ ତ୍ରିପାଠୀ ଓ ଅମିତ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ଫିଲ୍ମରେ ଖୁସି ହୋଇ ୟୁପି ,ବିହାର ଓ ରାଜସ୍ଥାନରେ ଟ୍ୟାକ୍ସ ଫ୍ରି କରାଯାଇଛି । 

ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୮୮.୯୦କୋଟି ଆୟ କରିଛି । ଫିଲ୍ମ “ସୁପର ୩୦” ମେଟ୍ରୋ ସିଟି ଯଥା ମୁମ୍ବାଇ, ଦିଲ୍ଲୀ,ୟୁପିରେ ଭଲ ଆୟ କରିଛି । କିନ୍ତୁ ଏହି ସପ୍ତାହରେ ହିନ୍ଦି ଓ ଇଂଲିସ ଦୁଇଟି ଭାଷାରେ ରିଲିଜ ହୋଇଥିବା ନୂଆ ଫିଲ୍ମ “ଦ ଲାଇୟନ କିଙ୍ଗ” ଏହାକୁ ଟକ୍କର ଦେଇପାରେ ବୋଲି ଆଶଙ୍କା କରାଯାଉଛି  । 

  • Tags: