Home > ମନୋରଞ୍ଜନ
ରିଆଲିଟି ଶୋ’ ସାରେଗାମାପା ଲିଟିଲ ଚାମ୍ପ୍ସର ବିଜେତା ହେଲେ ସୁଗନ୍ଧା ଦାତେ, ମିଳିଲା ଟ୍ରଫି ସହ ୫ଲକ୍ଷଟଙ୍କା ପୁରସ୍କାର
Khabar Odisha:Entertainment--odisha-14-year-old-sugandha-date-wins-sa-re-ga-ma-pa-lil-champs
ନୂଆଦିଲ୍ଲୀ, ଜୁନ ୧୦(ଖବର ଓଡ଼ିଶା):

ଜି ଟିଭିରେ ଚାଲିଥିବା ରିଆଲିଟି ଶୋ’ ସାରେଗାମାପା ଲିଟିଲ ଚାମ୍ପ୍ସ ର ବିଜେତା ହୋଇଛନ୍ତି ନାଗପୁରର ସୁଗନ୍ଧା ଦାତେ । ପୁରସ୍କାର ଭାବେ ତାଙ୍କୁ ଟ୍ରଫି ସହ ପାଂଚ ଲକ୍ଷଟଙ୍କା ପ୍ରଦାନ କରାଯାଇଛି ।

ହିନ୍ଦି ଟେଲିଭିଜନ ତଥା ଛୋଟ ପରଦାରେ ରିଆଲିଟି ଶୋ ଆସେ ସାରେଗାମାପା ଲିଟିଲ ଚାମ୍ପ୍ସ । ସେଥିରେ ନିଜ ପ୍ରତିଭାକୁ ପରିବେଶଣ କରି ନାଗପୁରର ୧୪ ବର୍ଷୀୟ ସୁଗନ୍ଧା ଦାତେ ବିଜୟୀ ହୋଇଛନ୍ତି । ସେ ଏହି ଜିତ୍ ହାସଲ କରି ବହୁତ ଖୁସି ଥିବା କହିଛନ୍ତି । ସେ ଜିତିବେ ବୋଲି ଭାବି ନଥିଲେ । ନିଜ ପରିଶ୍ରମ ଓ ଭଲ ପଦର୍ଶନ କରିବାକୁ ଚାହିଁଥିଲେ । 

ପୁରସ୍କାର ରାଶିକୁ ତାଙ୍କ ଜୀବନର ଅବସର ସମୟ ପାଇଁ ବଂଚାଇ ରଖିବେ । ଏହି ବିଜୟ ହାସଲ ପାଇଁ ସେ ବହୁତ ଖୁସି ଅଛନ୍ତି । ରିଆଲିଟି ଶୋ ଆସେ ସାରେଗାମାପା ଲିଟିଲ ଚାମ୍ପ୍ସ ର ପୂରା ସିଜନରେ ତାଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଥିଲା ।

  • Tags: