Home > ମନୋରଞ୍ଜନ
ଫିଲ୍ମ “suryavanshi”ରେ ପୁଣି ଆସିବ “ଟିପ ଟିପ ବରଷା ପାନି” ଗୀତର ରିମେକ
Khabar Odisha:Entertainment--odisha-akshay-kumar-to-romance-with-katrina-kaif-in-tip-tip-barsa-pani-song-in-film-suryavanshi
ନୂଆଦିଲ୍ଲୀ, ଜୁନ୧୬(ଖବର ଓଡ଼ିଶା):

ବଲିଉଡ଼ରେ ଆଗକୁ ଆସୁଥିବା ଫିଲ୍ମ “suryavanshi”ରେ ପୁଣି ଆସିବ “ଟିପ ଟିପ ବରଷା ପାନି” ଗୀତର ରିମେକ । ଏହି ରିମେକ ଗୀତରେ ହିରୋ ତ ଅକ୍ଷୟ କୁମାର କିନ୍ତୁ ରବିନାଙ୍କ ଜାଗାରେ କ୍ୟାଟ୍ରିନା ନଜରକୁ ଆସିବେ ।

ରୋହିତ ସେଟ୍ଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ “suryavanshi”ରେ ଅକ୍ଷୟ କୁମାର ଓ କରିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମରେ “ଟିପ ଟିପ ବରଷା ପାନି”ର ରିମେକ  ଦେଖିବାକୁ ମିଳିବ । ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଅଭିନିତ ପୂର୍ବି ଗୀତ“ଟିପ ଟିପ ବରଷା ପାନି” ଏବେ ଏହି ସିନେମା “suryavanshi”ର ଗୀତ ତାଲିକାରେ ନୂଆ ଢଙ୍ଗରେ ସ୍ଥାନ ପାଇବ ।

୧୯୯୪ରେ ହୋଇଥିବା ସିନେମା ମୋହରାରେ ଥିବା ଗୀତ “ଟିପ ଟିପ ବରଷା ପାନି”ରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନ ଥିଲେ ।  କିନ୍ତୁ ଏହି ରିମେକ ଗୀତରେ ହିରୋ ତ ଅକ୍ଷୟ କୁମାର କିନ୍ତୁ ରବିନାଙ୍କ ଜାଗାରେ କ୍ୟାଟ୍ରିନା ନଜରକୁ ଆସିବେ । ଏହି ଗୀତଟି ଚର୍ଚ୍ଚାରେ ରହିଛି । ଯାହା କି ଖୁବ ଶୀଘ୍ର ଅକ୍ଷୟ କୁମାର ଓ କ୍ୟାଟ୍ରିନା ହାଇଦ୍ରାବାଦ ଯାଇ ରାମୋଜୀ ଫିଲ୍ମ ସିଟିରେ ସୁଟିଙ୍ଗ ଆରମ୍ଭ କରିବେ । କ୍ୟାଟ୍ରିନା ଓ ଅକ୍ଷୟ କୁମାର ଏକା ସ୍କ୍ରିନ ପୁଣି ୯ବର୍ଷ ପରେ ସେୟାର କରିବେ । ଦୁହେଁ ଏକା ସହ ପୂର୍ବରୁ ତିସ ମାର ଖାନ ସିନେମାରେ ନଜରକୁ ଆସିଥିଲେ । 

  • Tags: