Home > ମନୋରଞ୍ଜନ
“ଡନ-୩”ରେ ଶାହାରୁଖଙ୍କ ସ୍ଥାନରେ ନଜରକୁ ଆସିପାରନ୍ତି ରଣବୀର କପୁର
Khabar Odisha:Entertainment--odisha-bollywood-ranbir-kapoor-might-replace-shahrukh-khan-in-don-3-
ମୁମ୍ବାଇ, ଜୁନ ୧୧(ଖବର ଓଡ଼ିଶା):

ବଲିଉଡ଼ ଜଗତରେ ୨୦୦୬ ମସିହାରେ ଶାହାରୁଖ ଖାନ ଅମିତାବ ବଚ୍ଚନଙ୍କ ସୁପରହିଟ ଫିଲ୍ମ “ଡନ”ର ରିମେକ କରିଥିଲେ । ତାହା ମଧ୍ୟ ଖୁବ ଭଲ ପ୍ରଦର୍ଶନ କରି ଲୋକପ୍ରିୟ ହେବା ସହ ଭଲ ଆୟ କରିଥିଲା । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ “ଡନ-୩”ରେ ଶାହାରୁଖଙ୍କ ସ୍ଥାନରେ ରଣବୀର କପୁର ନଜରକୁ ଆସିବେ ।

ଅମିତାବ ବଚ୍ଚନଙ୍କ ସୁପରହିଟ ଫିଲ୍ମ “ଡନ”ର ରିମେକରେ ଶାହାରୁଖଙ୍କ ସହ ପ୍ରିୟଙ୍କ ଚୋପ୍ରା , କରିନା କପୁର ,ବୋମନ ଇରାନୀଙ୍କ ଭଳି କଳାକାର ନଜରକୁ ଆସିଥିଲେ । “ଡନ -୨” ଫିଲ୍ମ ଭଲ ପ୍ରଦର୍ଶନ କରି ୧୦୦କୋଟିର ଅଧିକ ଆୟ କରିଥିଲା । ଏହି ଫିଲ୍ମଟି ଫରାହନ ଆଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ୨୦୧୧ରେ ମଧ୍ୟ ଏହି ଫିଲ୍ମର ସିକ୍ୟୁଲ ହୋଇଥିଲା । ଯାହା ବକ୍ସ ଅଫିସରେ ୨୦୦କୋଟି ଆୟ କରିଥିଲା । କିନ୍ତୁ ଏହି ସିନେମାର ତୃତୀୟ ଭାଗ “ଡନ-୩”ରେ ଶାହାରୁଖଙ୍କ ସ୍ଥାନରେ ରଣବୀର କପୁର ନଜରକୁ ଆସିବେ ବୋଲି ବର୍ତ୍ତମାନ ଚର୍ଚ୍ଚାରେ ରହିଛି । 

ନିକଟରେ ଏପରି ଏକ ଉଦାହରଣ ରହିଛି । “ସିଙ୍ଘମ”ପ୍ରାଂଚାଇଜିରେ ରଣବୀର ସିଂହଙ୍କ ପ୍ରବେଶରେ “ସିମ୍ବା”କରାଯାଇଛି । 

  • Tags: