Home > ମନୋରଞ୍ଜନ
ସାମ୍ନାକୁ ଆସିଲା ପରିଣୀତି ଚୋପ୍ରାଙ୍କ ବୟଫ୍ରେଣ୍ଡଙ୍କ ନାଁ
Khabar Odisha:Entertainment--odisha-parineeti-chopra-dating-rumors-with-assistant-director-charit-desai
ମୁମ୍ୱାଇ, ଜୁଲାଇ୧୪(ଖବର ଓଡିଶା):

ସବୁଦିନ ବଲିଉଡ୍ କାହାର ନା କାହାର ବ୍ରେକଅପ୍ କିମ୍ୱା ଲିଙ୍କଅପ୍ ଖବର ଆସିବା ଏକ ନିତିଦିନିଆ ଘଟଣା ହୋଇଯାଇଛି । ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏଭଳି କିଛି ଖବର ପାଇଁ ଚର୍ଚ୍ଚାରେ ଅଛନ୍ତି । ପରିଣୀତି ଚୋପ୍ରା ନିଜର ରିଲେସନସିପ କିମ୍ୱା ପର୍ସନାଲ ଲାଇଫ ବିଷୟରେ ବେଶି କିଛି କୁହନ୍ତିନାହିଁ । ଅନ୍ୟପଟେ ନିକଟରେ ପରିଣୀତିଙ୍କୁ ନେଇ ଯେଉଁ ଖବର ଆସୁଛି, ତାହା ଫ୍ୟାନମାନଙ୍କ ପାଇଁ ଚିନ୍ତା ଜନକ କଥା ।

ଅନେକ ମିଡିଆ ରିପୋର୍ଟରେ ଏହା ଦାବି କରାଯାଉଛି ଯେ, ପରିଣୀତି ଅନେକ ଦିନରୁ ଜଣଙ୍କ ସହିତ ଡେଟ୍ କରୁଛନ୍ତି । ସେ ବ୍ୟକ୍ତି ଜଣକ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ମଧ୍ୟ ଜଡିତ ଅଛନ୍ତି । ସବୁଠାରୁ ଖାସ୍ କଥାଟି ହେଉଛି ଏହି ସମ୍ପର୍କ ବିଷୟରେ ପରିଣୀତିଙ୍କ ସମ୍ପର୍କିତଙ୍କୁ ଜଣା ଅଛି ।  

ମିଡିଆ ରିପୋର୍ଟକୁ ମାନିଲେ ପରିଣୀତି ଚୋପ୍ରା ଏହି ବ୍ୟକ୍ତିଙ୍କୁ ୨୦୧୭ରୁ ଡେଟ କରୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣାସୁଣା ଆସିଷ୍ଟାଣ୍ଟ ଡିରେକ୍ଟର ଚରିତ ଦେସାଇ । ପରିଣୀତି ଏ ନେଇ କେବେ କହିନାହାନ୍ତି, କିନ୍ତୁ ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଚରିତ ଦେସାଇଙ୍କ ସହିତ ଡେଟ୍ କରୁଥିବା ପ୍ରଶ୍ନ ଉପରେ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ପରିବାର ଓ ବନ୍ଧୁ ସବୁକିଛି ଜଣା ଅଛି । ସୂଚନାଯୋଗ୍ୟ ଯେ, ଚରିତ୍ ଗତ ବର୍ଷ ପ୍ରିୟଙ୍କା ଚୋପ୍ରାଙ୍କ ବାହାଘରରେ ପରିଣୀତିଙ୍କ ପାଖାପାଖି ନଜର ଆସିଥିଲେ ।