Home > ମନୋରଞ୍ଜନ
୫୦ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲା “ବଧାଇ ହୋ”, “ଗଲି ବୟ” ଭଳି ଏହି ସବୁ ସିନେମା
Khabar Odisha:Entertainment--odisha-the-50th-international-film-festival-of-india-will-be-held-in-goa-from-20-to-28-november-this-year
ନୂଆଦିଲ୍ଳୀ, ଅକ୍ଟୋବର ୦୬(ଖବର ଓଡ଼ିଶା):

ଚଳିତ ବର୍ଷ ୫୦ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ ହେବାକୁ ଯାଉଛି। ଗୋଆରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍ ୨୦ରୁ ୨୮ ନଭେମ୍ବର ଯାଏଁ ଚାଲିବ। 

ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍ ଅବସରରେ ଗତ ୫୦ ବର୍ଷ ମଧ୍ୟରେ ରିଲିଜ୍ ହୋଇଥିବା ଦୁନିଆସାରାର ୨୦୦ଟି ଫିଲ୍ମ ପ୍ରଦର୍ଶନ କରାଯିବ। ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ସୂଚନା ଦେଇଛନ୍ତି।

ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍ରେ ବିଭିନ୍ନ ଭାଷାର ୫୦ବର୍ଷ ପୂରୁଣା ସିନେମା ମଧ୍ୟ ପ୍ରଦର୍ଶନ କରାଯିବ । ଚଳିତ ଥର ଋଷକୁ ଏଥିରେ ଭାଗିଦାରୀ ଦେଶ କରାଯାଇଛି । ଭାରତୀୟ ପେନୋରମା ୨୦୧୯ର ୫ଟି ଫିଚର ଫିଲ୍ମରରେ ନିମ୍ନ ସିନେମା ଗୁଡ଼ିକ ସାମିଲ ରହିଛି ।

 ଆଦିତ୍ୟଧରଙ୍କ ନିର୍ଦ୍ଦେଶିତ ଉରି ଦ ସର୍ଜିାକାଲ ଷ୍ଟ୍ରାଇକ, ତେଲୁଗୁ ଅନିଲ ରବିପୁଡିଙ୍କ “ଏଫ୨”, ହିନ୍ଦି ଜୋୟା ଅଖତରଙ୍କ “ଗଲି ବୟ” ଏବଂ ବିକାଶ ବହଲଙ୍କ “ସୁପର ୩୦” ଏବଂ ହିନ୍ଦି ଅମିତ ରବିନ୍ଦ୍ର ନାଥ ଶର୍ମାଙ୍କର “ବଧାଇ ହୋ” । ନିର୍ଣ୍ଣାୟକ ମଣ୍ଡଳ ଅଭିଷେକ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ “ହେଲାରୋ”କୁ ଭାରତୀୟ ପେନୋରମା ୨୦୧୯ର ଓପନିଙ୍ଗ ଫିଚର ଫିଲ୍ମ ରୂପରେ ଚୟନ କରିଛନ୍ତି । ଏହାଛଡ଼ା ଆହୁରି ୩୬ଟି ଫିଲ୍ମ ଦେଖାଯିବ ଯେଉଁଥିରେ ଡକ୍ୟୁମେଣ୍ଟାରି ସହ ସର୍ଟ ଫିଲ୍ମ ମଧ୍ୟ ସାମିଲ ରହିଛି ।

  • Tags: