Home > ମନୋରଞ୍ଜନ
ହିନ୍ଦି ଟେଲି ଦୁନିଆରେ ନମ୍ବର ୱାନରେ ରହିଛି ନାଗିନ, ଟପ୍ ୫ରେ “ଦ କପିଲ ଶର୍ମା ଶୋ”
Khabar Odisha:Entertainment--odisha-tv-naagin-3-top-the-trp-ratings-of-this-week-kapil-sharma-comedy-show-kasautii-zindagii-kay-kumkum-bhagya-kundali-bhagya
ନୂଆଦିଲ୍ଲୀ, ଜୁନ ୦୧(ଖବର ଓଡ଼ିଶା):

ଟେଲିଭିଜନ ସିରିଏଲରେ ପ୍ରାୟ ଲୋକ ମନବଳାଉଥିବା ଜଣାପଡ଼ିଛି । ଏହି ସପ୍ତାହର ଟିଭି ସିରିଏଲ ଗୁଡ଼ିକର ଟିଆରପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ସିରିଏଲ ନାଗିନ ନମ୍ବର ସ୍ୱାନ ହୋଇ ଲୋକପ୍ରିୟ ହୋଇଛି ।

 ସିରିଏଲ ଗୁଡ଼କର ଟିଆରପି ଚଳିତ ସପ୍ତାହରେ ଦର୍ଶକଙ୍କ ମନରଞ୍ଜନ କରିବାରେ “ନାଗିନ” ଏକ ନମ୍ବରରେ ରହିଛି । ଦ୍ୱିତୀୟ ନମ୍ବରରେ “କଶୋଟି ଜୀନ୍ଦେଗୀ କି ୨” ରହିିଛି । ଏହି ସିରିଏଲରେ ଜବରଦସ୍ତ ଟୁଇଷ୍ଟ ଚାଲିଛି । ପ୍ରେରଣା ଓ ଅନୁରାଗଙ୍କ ପୁଣି ବିବାହ ହେବାକୁ ଯାଉଛି । ଏହିଭଳି ଭାବେ ଦର୍ଶକଙ୍କ ପସନ୍ଦରେ ନମ୍ବର ୩ରେ ସ୍ଥାନ ପାଇଛି “କୁମକୁମ ଭାଗ୍ୟ” । ରିଆ ଓ ପ୍ରାଚୀ ମଧ୍ୟରେ ମତାନ୍ତର ଦୂର ହେବାକୁ ଯାଉଛି ।

 ଟିଭି ସିରିଏଲର ଟିଆରପି ଅନୁସାରେ “କୁମକୁମ ଭାଗ୍ୟ” ପରେ ନମ୍ବର ୪ରେ ରହିଛି “କୁଣ୍ଡଳୀ ଭାଗ୍ୟ” । ଏହି ସିରିଏଲରେ ବିବାହ ସିଜନ ଚାଲିଛି । ଆଗାମୀ ଏପିସୋଡ଼ରେ ଚିନ୍ତିତ ଥିବା ପିତା ପୃଥ୍ୱୀକୁ ସାହାଯ୍ୟ ପାଇଁ କହୁଛନ୍ତି ନା ନାହିଁ  ତାହା ଦେଖିବାକୁ ମିଳିବ ।

ସେହିଭଳି ଭାବେ ନମ୍ବର ୫ରେ ରହିଛି “ଦ କପିଲ ଶର୍ମା ଶୋ” । ଟିଆରପି କାରଣରୁ ଟପ ୫ତାଲିକାରେ ରହିଛି । ଖୁବ ଶୀଘ୍ର ମିକା ସିଂହ ଏହି ଶୋରେ ପହଂଚିବେ । 

  • Tags: