Home > ମନୋରଞ୍ଜନ
ବିଖ୍ୟାତ ସଂଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ପରଲୋକ, ଶୋକ ଜଣାଇଲେ ବଲିଉଡ ତାରକା
Khabar Odisha:Entertainment-Bollywood-Music-director-and-singer-mourned-by-the-death-of-Wajid-Khan

ମୁମ୍ବାଇ, ଜୁନ ୦୧ (ଖବର ଓଡ଼ିଶା): ବିଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ ଖାନଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହେଉଥିଲା । ସେ କିଡନୀ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଇିଲା । ୱାଜିଦଙ୍କ ପରଲୋକ ପରେ ବଲିଉଡ ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି । 

ୱାଜିଦ ଖାନଙ୍କ ପରଲୋକ ନେଇ ଗାୟକ ସଲୀମ ମାର୍ଚେଣ୍ଟ ସୋସିନଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ୱାଜିଦ ଭାଇ ଆଉ ନାହାନ୍ତି । ତାଙ୍କ ପରଲୋକରେ ଶକ୍ତି ଆଘାତ ଲାଗିଛି । ଭାଇ ଆପଣ ବହୁତ ଶୀଘ୍ର ଯାଇଛନ୍ତି । ସେହିଭଳି ପ୍ରିୟଙ୍କା ଚୋପ୍ରା, ସୋନୁ ନିଗମ, ମୀକା ସିଂହ, ପରିଣତି ଚ୍ରୋପ୍ରା ଓ ବରୁଣ ଧାୱନ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି । 

ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ଏକ ଦୁଃଖଦ ଖବର । ୱାଜିଦ ଭାଇଙ୍କ ହସ ନିଶ୍ଚିତ ଭାବେ ସବୁବେଳେ ମନେ ରହିବ । ସେ ସବୁବେଳେ ହସୁଥାନ୍ତି । ସେ ଖୁବ ଶୀଘ୍ର ଆରପାରିକୁ ଚାଲିଗଲେ । ତାଙ୍କର ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଉଛି । ତାଙ୍କାର ଆତ୍ମାକୁ ଶାନ୍ତି ମିଳୁ । 

 

  • Tags: