Home > ମନୋରଞ୍ଜନ
ବିଶିଷ୍ଟ ଅଭିନେତା ଋଷି କପୂର ହସ୍ପିଟାଲରେ ଭର୍ତ୍ତି
Khabar Odisha:Entertainment-Bollywood-actor-Rishi-Kapoor-admitted-in-privet-hospital-due-to-cancer-treatment

ମୁମ୍ବାଇ, ଏପ୍ରିଲ ୩୦ (ଖବର ଓଡ଼ିଶା): ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିବା ବଲିଉଡର ବିଶିଷ୍ଟ ଅଭିନେତା ଋଷି କପୂର ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ବୁଧବାର ତାଙ୍କୁ ମୁମ୍ବାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଋଷି କପୂରଙ୍କ ବଡ଼ ଭାଇ ରଣଧୀର କପୂର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ ୬୭ ବର୍ଷିଅ ଋଷି କପୂରଙ୍କୁ ବୁଧବାର ସକାଳୁ ନିଜର ପରିବାର ଲୋକେ ଏନନ ରିଲାୟନ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ରଣଧୀର କହିଛନ୍ତି, ସେ ଏବେ ହସ୍ପିଟାଲରେ ଅଛନ୍ତି । ସେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ଏବଂ ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥି ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି । 

 

  • Tags: