Home > ମନୋରଞ୍ଜନ
ବକ୍ସ ଅଫିସରେ ଧମାଲ କଲା “ୱାର”, ୫ଦିନରେ ୧୬୨ କୋଟି ବ୍ୟବସାୟ
Khabar Odisha:Entertainment-Odisha-5th-day-box-office-collections-of-film-war
ମୁମ୍ବାଇ, ଅକ୍ଟୋବର ୦୭(ଖବର ଓଡ଼ିଶା):

ବଲିଉଡ଼ର ସୁପରଷ୍ଟାର ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ “ୱାର” ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରିଲିଜ ହୋଇ ସାରିଛି। ବକ୍ସ ଅଫିସରେ ରିଲିଜ ହୋଇ ୬ଦିନରେ ପହଂଚିଛି ଏହି ଫିଲ୍ମ । ଓପନିଙ୍ଗ ଦିନ ଠାରୁ ଫିଲ୍ମଟି ଭଲ ବ୍ୟବସାୟ କରି ୧୦୦କୋଟି କ୍ଲବରେ ସାମିଲ ହୋଇଛି । 

ଫିଲ୍ମ “ୱାର” ଓପନିଙ୍ଗ ଦିନରେ ୫୩.୩୫ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନରେ ୨୪.୩୫ କୋଟି , ଶନିବାର ଦିନ ୨୭କୋଟି ଓ ରବିବାର ଦିନର ପ୍ରାୟ ୩୫କୋଟି ବ୍ୟବସାୟ କରିବା ସହ ଫିଲ୍ମ”ସାହୋ”କୁ ପଛରେ ପକାଇବାରେ ସଫଳ ହୋଇଛି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁଯାୟୀ, ଫିଲ୍ମ”ୱାର” ଏଯାଏଁ ବକ୍ସ ଅଫିସରେ ସମୁଦାୟ ୧୬୨ କୋଟି ବ୍ୟବସାୟ କରି ୧୦୦କୋଟି କ୍ଲବରେ ସାମିଲ ହୋଇଛି । 

୨୦୦କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଫିଲ୍ମ “ୱାର” ୪୦୦୦ଟି ପରଦାରେ ରିଲିଜ ହୋଇଛି । ଏହି ଆକ୍ସନ ଥ୍ରୀଲର ମୁଭିରେ ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ରହିଛନ୍ତି ।

  • Tags: