Home > ମନୋରଞ୍ଜନ
ଆଜି ଆୟୁଷ୍ମାନ ଖୁରାନାଙ୍କ ଜନ୍ମଦିନରେ ରିଲିଜ ହେବା କିଛି ଘଣ୍ଟା ପରେ ଲିକ ହେଲା “ଡ୍ରିମ ଗର୍ଲ”
Khabar Odisha:Entertainment-Odisha-Ayushmann-khurrana-film-dream-girl-gets-leaked-online-within-hours-of-release
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪(ଖବର ଓଡ଼ିଶା):

ଜଣାଶୁଣା ତଥା ଲୋକପ୍ରିୟ ବଲିଉଡ଼ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କର ଆଜି ଜନ୍ମଦିନ । ତାଙ୍କ ଜନ୍ମ ଚଣ୍ଡିଗଡ଼ରେ ୧୯୮୪ ମସିହାରେ ହୋଇଥିଲା । ସେ ଚଳିତ ଥର ରାଷ୍ଟ୍ରୀୟ ଶେଷ୍ଠ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇଥିଲେ । 

ଆୟୁଷ୍ମାନ ଖୁରାନାଙ୍କ ଜନ୍ମ ଦିବସରେ ତାଙ୍କ ପାଇଁ ଏକ ଖରାପ ଖବର ମଧ୍ୟ ରହିଛି । ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଫିଲ୍ମ “ଡ୍ରିମ ଗର୍ଲ” ଗତକାଲି ରିଲିଜ ହୋଇଥିଲା । କିନ୍ତୁ ରିଲିଜ ହେବାର ଘଣ୍ଟା ପରେ ହିଁ ଏହାର ଏଚଡି ପ୍ରିଣ୍ଟ ଲିକ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲର ଓ ଗୀକୁ ଭଲ ରିଭ୍ୟୁ ମିଳିଥିଲା ।  କିନ୍ତୁ ଅନେକ ୱେସାଇଟରେ ଲିକ ହେବାପରେ ବକ୍ସ ଅଫିସରେ ଫିଲ୍ମର ଆୟ ଉପରେ ଏହାର ପ୍ରଭାବ ପଡ଼ିପାରେ । 

ଡ୍ରିମ ଗର୍ଲ ଓପନିଙ୍ଗ ଦିନରେ ୧୦କୋଟି ୫ଲକ୍ଷ ଆୟ କରିଛି । ଏହି ପ୍ରଥମ ଦିନର ଆୟକୁ ନେଇ ଫିଲ୍ମଟି ଆୟୁଷ୍ମାନ ଖୁରାନାଙ୍କ ଅଧିକ ଆୟ ସହ ପ୍ରଥମ ଓପନର ସିନେମା ଭାବେ ଗଣତି ହୋଇଛି । ୩୦କୋଟି ଟଙ୍କାର ବଜେଟରେ ନିର୍ମିତ ଫିଲ୍ମ “ଡ୍ରିମ ଗର୍ଲ” ଲିକ ହେବା ଏକ ଚିନ୍ତାର ବିଷୟ ପାଲଟିଛି । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ନୁସରତ ମୁଖ୍ୟ ଭୂମିକାରେ ନଜରକୁ ଆସୁଛନ୍ତି । ବର୍ତ୍ତମାନ ଅବୈଧ ଅନେକ ସିନେମା ଲିକ ହେବା ବଲିଉଡ଼ର ଏକ ପ୍ରକାର ନିଦ ହଜାଇ ଦେଇଛି । ନିକଟରେ ପ୍ରଭାସଙ୍କ “ସାହୋ”, କଙ୍ଗନା ରଣାୱାତଙ୍କ “ଜର୍ଜମେଣ୍ଟାଲ”ଆଦି ଏଚଡି ପ୍ରିଣ୍ଟ ଲିକ ହୋଇଥିଲା  ।

  • Tags: