Home > ମନୋରଞ୍ଜନ
ରାନୁ ମଣ୍ଡଳଙ୍କ ଗୀତ ଉପରେ କେମିତି ଇମପ୍ରେସ ହେଲେ ହିମେସ ରେସମିଆ
Khabar Odisha:Entertainment-Odisha-bollywood-ranu-mondal-viral-video-teri-meri-kahani-himesh-reshammiya-reacts-instagram
ନୂଆଦିଲ୍ଲୀ, ଅଗଷ୍ଟ ୨୯(ଖବର ଓଡ଼ିଶା):

କୋକିଳ ସ୍ୱରରେ ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳା ରାନୁ ମଣ୍ଡଳଙ୍କୁ ମିଳିଲା ବଲିଉଡ଼ରେ ସୁଯୋଗ ମିଳିଛି । ହିମେସ ରେସମିଆ ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇ ଗୀତ ରେକଡ଼ିଂ କରିଛନ୍ତି । ଏହି ଅଫର ପାଇ ରାନୁ ବର୍ତ୍ତମାନ ସୁପର ସିଙ୍ଗର ହୋଇଯାଇଛନ୍ତି । ସାରା ଦେଶ ତାଙ୍କ ଗୀତ ଶୁଣି ବାଃ ବାଃ କରୁଛି  ।

କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଜଣେ ମହିଳା ରେଳୱେ ଷ୍ଟେସନ ପ୍ଳାଟଫର୍ମରେ ରେ ଗୀତ ଗାଉଥିବା ଭିଡ଼ିଓ ତ ଆପଣ ନିଶ୍ଚିତ ଦେଖିଥିବେ । ଏବଂ ଏହାପରେ ସେ ହିମେସ ରେସମିଆଙ୍କ ଫିଲ୍ମ“ତେରି ମେରି କାହାନୀ” ରେ ମଧ୍ୟ ଗୀତ ରେକଡ଼ିଂ କରୁଥିବା ଭିଡ଼ିଓ ଦେଖିଥିବେ । ଯାହାକୁ ନେଇ ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଆପଣ ଜାଣନ୍ତି କି ରାନୁଙ୍କ ଉପରେ ହିମେଶ ଏତେ ଇମପ୍ରେସ କେମିତି ହେଲେ ? ହିମେଶ ନିଜ ଇଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି ସେ ଜତିନ୍ଦ୍ର ଙ୍କୁ ରାନୁ ମଣ୍ଡଳଙ୍କ ଗୀତ ରେକର୍ଡ଼ ଭାଇରାଲ କରି ତାଙ୍କ ମୁସ୍ମିଲ ସମୟରେ ତାଙ୍କ ସାଥ ଦେବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ରାନୁ ମଣ୍ଡଳଙ୍କ ସ୍ୱର ଶୁଣି ହିମେଶ ମୁଗ୍ଧ ହୋଇପଡ଼ିଥିଲେ ଏବଂ ଏହାପରେ ତାଙ୍କ ସହ ନିଜ ଆଗାମୀ ଫିଲ୍ମର ଗୀତ ରେକର୍ଡ଼ କରିଛନ୍ତି । 

ମହିଳା ଜଣକ ରେଳୱେ ପ୍ଲାଟଫର୍ମରେ ଲତା ମଙ୍ଗେସ୍କରଙ୍କ ଗୀତ “ଏକ ପ୍ୟାର କା ନଗମା” ଗୀତ ଗାଇ ଭିକ ମାଗୁଥିଲେ । ସେତେବେଳେ କୈାଣସି ଜଣେ ଯୁବକ ରାନୁ ମଣ୍ଡଳଙ୍କ ଗୀତ ଗାଇବା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ମହିଳାଙ୍କ ଭାଗ୍ୟ ହିଁ ବଦଳି ଯାଇଛି । ବର୍ତ୍ତମାନ ତାଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ସେ ହିମେସ ରେସମିଆଙ୍କ ଫିଲ୍ମ“ତେରି ମେରି କାହାନୀ” ରେ ମଧ୍ୟ ଗୀତ ରେକଡ଼ିଂ କରୁଛନ୍ତି ।

  • Tags: