Home > ମନୋରଞ୍ଜନ
ପ୍ରଥମ ଦିନରେ “ସାହୋ” ଭାଙ୍ଗିଲା ଏହି ସବୁ ଫିଲ୍ମର ରେକର୍ଡ଼, କିନ୍ତୁ ବାହୁବଳୀ ୨ରୁ ରହିଲା ପଛରେ
Khabar Odisha:Entertainment-Odisha-saaho-breaks-first-day-box-office-records-of-these-films-but-failed-to-break-records-of-bahubali-2
ନୂଆଦିଲ୍ଲୀ, ଅଗଷ୍ଟ ୩୧(ଖବର ଓଡ଼ିଶା):

ବାହୁବଳୀ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ  ଫିଲ୍ମ “ସାହୋ” ଏଥର ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇ ବକ୍ସ ଅଫିସରେ ଧମାଲ କରିଛି ।  ବାହୁବଳୀ ପରେ ପ୍ରଭାସଙ୍କ ଏହା ପ୍ରଥମ ଫିଲ୍ମ । ବକ୍ସ ଅଫିସରେ ଏହି ଫିଲ୍ମଟି ଭଲ ପ୍ରଦର୍ଶନ କରୁ ଦର୍ଶକଙ୍କ ମନ କିଣି ନେଇଥିବା ଚର୍ଚ୍ଚା ହେଉଛି । ୫ଟି ଭାଷାରେ ରିଲିଜ ହୋଇଥିବା ଏହି ଫଲ୍ମ ‘ସାହୋ’ ଓପନିଙ୍ଗ ଦିନରେ ହିଁ ୬୮କୋଟି ଆୟ କରିଥିବା ଜଣାପଡ଼ିଛି ।

ସୁଜିତଙ୍କ ନିର୍ଦ୍ଦେଶିତ “ସାହୋ” ଏକ ଆକ୍ସନ ଡ୍ରାମା ଫିଲ୍ମ । ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ହିଁ ୬୮କୋଟି ବ୍ୟବସାୟ କରିପାରିଛି । ଫିଲ୍ମର ଗ୍ରୋସ ବ୍ୟବସାୟ ୧୦୦କୋଟି ହେଉଛି । ୩୫୦  କୋଟି ଟଙ୍କାର ବଡ଼ ବଜେଟରେ ନିର୍ମିତ ଏହି ଫିଲ୍ମ “ସାହୋ” ଫିଲ୍ମକୁ ଭଲ ରିଭ୍ୟିୁ ମିଳିଛି । ଏହି ଫିଲ୍ମ ‘ସାହୋ’ ଦେଖିବାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରିଥିଲେ । ଦର୍ଶକଙ୍କ ଭଲ ରିଭ୍ୟୁ ଓ ପ୍ରଥମ ଦିନର ଆୟ ଦେଖିବାକୁ କଲେ ଏହି ଫିଲ୍ମ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ଼ ଭାଙ୍ଗିଛି । ଏଭେଞ୍ଜର୍ସ ଏଣ୍ଡଗେମ, ଠଗସ ଅଫ ହିନ୍ଦୁସ୍ତାନ, ହାପି ନ୍ୟୁ ଇୟର, ଭାରତ, ପ୍ରେମ ରତନ ଧନ ପାୟୋ , ସୁଲତାନ, ଧୁମ ୩, ସଂଜୁ , ଟାଇଗର ଜିନ୍ଦା ହେ, ଚେନ୍ନାଇ ଏକ୍ସପ୍ରେସ ଠାରୁ ଭଲ ଆୟ କରି ରେକର୍ଡ଼ ଭାଙ୍ଗିଲା ‘ସାହୋ’ । ବର୍ତ୍ତମାନ ପ୍ରଥମ ଦିନର ଆୟ ମଧ୍ୟ ବହୁତ ଭଲ ରହିଥିବା ସତ୍ୱେ ପ୍ରଭାସଙ୍କ ବାହୁବଳୀ ୨ର ରେକର୍ଡ଼ ଭାଙ୍ଗିବାରୁ ଅସଫଳ ହୋଇଛି । କାରଣ ବାହୁବଳୀ ୨ ଓପନିଙ୍ଗରେ ୧୨୧ କୋଟି ଟଙ୍କା ବ୍ୟବସାୟ କରିଥିଲା । 

ଏହି ସିନେମା ‘ସାହୋ’ରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ନେଇଛି । ଏହି ଫିଲ୍ମଟିକୁ ହିନ୍ଦି, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲାମରେ ରିଲିଜ କରାଯାଇଛି । ଏହି ଫଲ୍ମରେ ଚଙ୍କି ପାଣ୍ଡେ, ନୀଲ ନିତିନ ମୁକେଶ ଓ ମହେଶ ମାଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

  • Tags: