Home > ମନୋରଞ୍ଜନ
ରିଲିଜ ହୋଇ ଧମାଲ କଲା “ସାହୋ”, କିଛି ସମୟ ପରେ ଅନଲାଇନରେ ହେଲା ଲିକ୍
Khabar Odisha:Entertainment-Odisha-saaho-full-movie-leaked-online-by-tamilrockers-within-hours-of-india-release
ନୂଆଦିଲ୍ଲୀ, ଅଗଷ୍ଟ ୩୦(ଖବର ଓଡ଼ିଶା):

ବାହୁବଳୀ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ସାହୋ” ଆଜି ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଛି । ଏହି ଫଲ୍ମଟି ଦେଖିବାକୁ ଲୋକଙ୍କ ମଧ୍ୟରେ ବହୁ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଭାସଙ୍କ ସହ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ଦର୍ଶନ ପ୍ରଶଂସା କରୁଥିବା ବେଳେ ଫିଲ୍ମକୁ ନେଇ ଆଉ ଏକ ଖବର ଚର୍ଚ୍ଚା ହେଉଛି । 

ସୁଜିତଙ୍କ ନିର୍ଦ୍ଦେଶିତ “ସାହୋ” ଏକ ଆକ୍ସନ ଡ୍ରାମା ଫିଲ୍ମ । ରିପୋର୍ଟ ଅନୁସାରେ, ଭାରତରେ “ସାହୋ” ରିଲିଜ ହେବା କିଛି ଘଣ୍ଟା ମଧ୍ୟରେ ହିଁ ତାମିଲ ରକର୍ସ ଏହାକୁ ଅନଲାଇନ ଲିକ କରିଦେଇଛନ୍ତି । ଶ୍ରଦ୍ଧା କପୁର କିଛି ସମୟ ପୂର୍ବରୁ ହିଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ ଯେ ଫିଲ୍ମଟିକୁ ଲିକ ନ କରି ନିକଟସ୍ଥ ସିନେମା ହଲରେ ଯାଇ ଦେଖନ୍ତୁ । 

ତାମିଲ ରକର୍ସ “ସାହୋ”କୁ ଅବୈଧ ପ୍ରକ୍ରିୟାରେ ଡାଉନଲଡ଼ କରିଥିବା ଆଶଙ୍କା କରାଯାଇଛି । ଏହା ତାମିଲ ରକର୍ସ ଲିକ କରିବା ପ୍ରଥମ ନାମୀ ଦାମୀ ଫିଲ୍ମ ନୁହେଁ । ୩୫୦  କୋଟି ଟଙ୍କାର ବଡ଼ ବଜେଟରେ ନିର୍ମିତ ଏହି ଫିଲ୍ମ “ସାହୋ” ଲିକ ହେବା ଦ୍ୱାରା ଏହାର ବକ୍ସ ଅଫିସ ଆୟରେ କିଛି ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଫିଲ୍ମକୁ ଭଲ ରିଭ୍ୟିୁ ମିଳିଛି । ସିନେମାରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ନେଇଛି । ଏହି ଫିଲ୍ମଟିକୁ ହିନ୍ଦି, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲାମରେ ରିଲିଜ କରାଯାଇଛି । ଏହି ଫଲ୍ମରେ ଚଙ୍କି ପାଣ୍ଡେ, ନୀଲ ନିତିନ ମୁକେଶ ଓ ମହେଶ ମାଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ବର୍ତ୍ତମାନ ବକ୍ସ ଅଫିସରେ କେତେ ଭଲ ପ୍ରଦର୍ଶନ କରିବ “ସାହୋ” ତାହା ବାକି ରହିଲା ।

  • Tags: