Home > ମନୋରଞ୍ଜନ
ରିୟଲ ଲାଇଫରୁ ରିଲ୍ ଲାଇଫ, ଜିନା-ରୁଦ୍ରଙ୍କ ‘ଦିଲବୋଲେ’
Khabar Odisha:Entertainment-Ollywood-odisha-dilbole-Zeena-Rudra
ଭୁବନେଶ୍ଵର,ଜୁନ୧୦(ଖବର ଓଡ଼ିଶା):

ବିବାହ ପରେ ପ୍ରଥମ ଥର ପରଦାରେ ନଜରେ ଆସିବେ ଜିନା ଓ ରୁଦ୍ର। ଏକ ମ୍ୟୁଜିକ୍ ଭିଡିଓ ଆଲବମରେ ଅଭିନୟ କରିଛନ୍ତି ରିୟଲ ଲାଇଫର ଏହି ନବ ଦମ୍ପତ୍ତି। ପ୍ରଯୋଜକ ରମେଶ ବାରିକ ଓ ଅମରେଶ ପତିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ନୂତନ ଭିଡିଓ ଆଲବମ  ‘ଦିଲବୋଲେ’ରେ ଅନସ୍କ୍ରିନ ରୋମାନ୍ସ କରୁଛନ୍ତି ରୁଦ୍ର ଓ ଜିନା।

ଏହି ଆଲବମରେ ସଙ୍ଗୀତ ବୈଦନାଥ ଦାସ ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ। ସ୍ଵର ଦେଇଛନ୍ତି ଓଡ଼ିଶାର ବର୍ତ୍ତମାନର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଦୀପିକା। ଏହି କ୍ରମରେ ଆଜି ହୋଟେଲ ସ୍ଵସ୍ତି ପ୍ରିମିୟରରେ ଦିଲବୋଲେର ଅଡିଓ ରିଲିଜ୍ ହୋଇ ଯାଇଛି। ଏହି ସମୟରେ ‘ଦିଲବୋଲେ’ର ସମସ୍ତ ସଦସ୍ୟ ଓ କଳାକାରଙ୍କ ସହ ବିଶେଷ ଅତିଥି ରୂପେ ଅଲମ୍ପିୟାନ ଦୂତି ଚାନ୍ଦ ଓ ପ୍ରଖ୍ୟାତ ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା ଉପସ୍ଥିତ ଥିଲେ। 

ଏହି ଅଡ଼ିଓ ରିଲିଜର ମୁଖ୍ୟ ଆକର୍ଷଣ ଥିଲା, ଯେତେବେଳେ ନିଜ ଗୀତରେ ଉଭୟ ଜିନା ଓ ରୁଦ୍ର ନୃତ୍ୟ ପ୍ରଦର୍ଶନ କରିଥିଲେ। 

  • Tags: