Home > ମନୋରଞ୍ଜନ
ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ‘ଦେଖା ହେଲା ପ୍ରେମ ହେଲା’ ଚଳଚ୍ଚିତ୍ରର ଶୁଭ ମହୁରତ
Khabar Odisha:Entertainment-Ollywood-odisha-film-dekha-hela-prema-hela-subha-mahurat
ଭୁବନେଶ୍ଵର,ଜୁନ୧୦(ଖବର ଓଡ଼ିଶା):

 ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆର ଆର ଇଭେଣ୍ଟ୍ସ ଆଣ୍ଡ ପ୍ରଡକ୍ସନ ଦ୍ଵାରା ନିର୍ମାଣ ହେଉଥିବା ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ଶୁଭ ମହୁରତ ସୋମବାର ହୋଟେଲ ସ୍ଵସ୍ତି ପ୍ରିମିୟର ଠାରେ ଅନୁଷ୍ଠିତ ହୋଇ ଯାଇଛି। 

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ ଷ୍ଟାଇଲିସ୍ ଶୁଭାଶିଷ ଶର୍ମା(ମଣ୍ଟୁ), ରାଗିଣୀ ଓ ଅଭିଷେକ। ଅନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତୀଭା ପଣ୍ଡା ଓ ଜୋ ଜୋ ଅଛନ୍ତି। ଚଳଚ୍ଚିତ୍ରର କାହାଣୀ ଓ ପ୍ରଯୋଜକ ଦାୟିତ୍ଵରେ ରମେଶ ବାରିକ ଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଟି.ଗଣେଶ। 

ଚଳଚ୍ଚିତ୍ରରେ ୫ଟି ସମଧୁର ଗୀତ ରହିଛି। ଯାହାକୁ ରଚନା କରିଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ଜୟନ୍ତ ଦାସ। ଏହି ଗୀତକୁ ସଂଯୋଜନା କରିଛନ୍ତି ଏସ.ଚନ୍ଦ୍ରକାନ୍ତ ଓ ଗୀତ ଗାଇଛନ୍ତି ଗାୟକ ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଦୀପ୍ତି, ଈରା ମହାନ୍ତି ଓ ଅର୍ପିତା। ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର, ଲୁବୁନ, ଅମିତ୍ ଓ ସରୋଜ ଜେନା। ଚିତ୍ର ଉତ୍ତୋଳନର ଦାୟିତ୍ଵ ତୁଲାଉଛନ୍ତି ଆର ଭଗତ୍ ସଂଗ।

  • Tags: