Home > ମନୋରଞ୍ଜନ
ବକ୍ସ ଅଫିସ ୧୦୦କୋଟି କ୍ଲବରେ ପାଦ ରଖିଲା ସଲମାନଙ୍କ ଫିଲ୍ମ “ଭାରତ”,୪ଦିନରେ ଆୟ ୧୨୦କୋଟି ପାର
Khabar Odisha:Entertainment-bollywood-Odisha-bharat-box-office-collection-day-4-salman-khan-katrina-kaif-film-estimate-earning
ନୂଆଦିଲ୍ଲୀ, ଜୁନ ୦୯(ଖବର ଓଡ଼ିଶା):

ଇଦ ଅବସରରେ ରିଲିଜ ହୋଇଥିବା ବଲିଉଡ଼ ଭାଇଜାନ ସଲମାନ ଖାନଙ୍କ ଫିଲ୍ମ “ଭାରତ” ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି । ଏହି ଫିଲ୍ମ ବର୍ତ୍ତମାନ ୧୦୦କୋଟି ଆୟ କ୍ଲବରେ ପାଦ ଥାପିଛି । ଅଲ୍ଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ “ଭାରତ”ରେ ସଲମାନଙ୍କ ସହ ଦିଶା ପାଟନୀ ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି ।

ଭାରତ ରିଲିଜ ହୋଇ ଆଜି ପଂଚମ ଦିନରେ ପହଂଚିଛି । ଏହି ଚାରି ଦିନର ଆୟରେ ସଲମାନ ଖାନଙ୍କ ଫିଲ୍ମ ଭାରତ ବଲିଉଡ଼ ବକ୍ସ ଅଫିସରେ ୧୦୦କୋଟି କ୍ଲବର ପାଦ ରଖିଛି । ଏହି ସିନେମା ପ୍ରଥମ ଦିନରେ ୪୨.୩୦କୋଟି ଆୟମ କରି ଧମାକାଦାର ଓପନିଙ୍ଗ କରିଥିଲା । ସିନେମା ହଲ ଗୁଡ଼କରେ ଏହି ଫିଲ୍ମ ଦେଖିବାକୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି ।  ପୂର୍ବରୁ ସଲମାନ ଖାନଙ୍କ ଫିଲ୍ମ “ପ୍ରେମ ରତନ ଧନ ପାୟୋ” ମଧ୍ୟ ଭଲ ପଦର୍ଶନ କରି ପ୍ରଥମ ଦିନରେ ୪୦କୋଟି ଆୟ କରି କେର୍ଡ଼ କରିଥିଲା । ଯାହା ବର୍ତ୍ତମାନ ଫିଲ୍ମ “ଭାରତ” ଭାଙ୍ଗି ନିଜେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଭାରତ ଦ୍ୱିତୀୟ ଦିନରେ ୩୧କୋଟି , ତୃତୀୟ ଦିନରେ ୨୨.୨୦କୋଟି ଆୟ କରିଛି । ଏବଂ ଚତୁର୍ଥ ଦିନରେ ପ୍ରାୟ ୩୫ କୋଟି ଆୟ କରି ଫିଲ୍ମ “ଭାରତ” ବଲିଉଡ଼ ବକ୍ସ ଅଫିସରେ ୧୦୦କୋଟି କ୍ଲବରେ ଏଣ୍ଟ୍ରିି କରିଛି । ଏହି ଚାରି ଦିନରେ ପ୍ରାୟ ୧୩୦ କୋଟି ଆୟ କାରି ଭାରତ ଆଜି ପଂଚମ ଦିନରେ ପହଂଚିଛି । 

ଦେଶ ଅପେକ୍ଷା ଫିଲ୍ମକୁ ୭୦ ଦେଶରେ ପାଖାପାଖି ୧୩୦୦ଟି ପରଦାରେ ରିଲିଜ କରାଯାଇଛି । ୧୦୦କୋଟି କ୍ଲବରେ ସବୁଠାରୁ ଅଧିକ ଫିଲ୍ମ ସଲମାନ ଖାନଙ୍କର ହିଁ ରହିଛି । ତାଙ୍କର ୧୪ଟି ଫିଲ୍ମ ୧୦୦କୋଟିରୁ ଅଧିକ ଆୟ କରିଛି । ଏହା ମଧ୍ୟରୁ ତିନୋଟି ସିନେମା ରହିଛି ଯାହାର ଆୟ ୩୦୦କୋଟି ଓ ଦୁଇଟି ଫିଲ୍ମର ଆୟ ୨୦୦କୋଟି ହୋଇଛି ।

  • Tags: