Home > ମନୋରଞ୍ଜନ
ନାନାଙ୍କ ମହାନତା, ବନ୍ୟା ବିପନ୍ନଙ୍କ ପାଇଁ ତିଆରି କରିବେ ୫୦୦ ଘର
Khabar Odisha:Entertainment-bollywood-nana-patekar-will-help-maharashtra-flood-victims-building-500-in-kolhapur-shirol
ମହାରାଷ୍ଟ୍ର,ଅଗଷ୍ଟ୧୬(ଖବର ଓଡ଼ିଶା):

ଏହି ସମୟରେ ମହାରାଷ୍ଟ୍ର ଭୟାବହ ବନ୍ୟାରେ ବେହାଲ ହୋଇ ପଡ଼ିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ବଲିଉଡ କଳାକାର ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଅପିଲ କରିଛନ୍ତି। ଅନେକ କଳାକାର ସାହାଯ୍ୟ ପାଇଁ ଆଗକୁ ମଧ୍ୟ ଆସିଛନ୍ତି। ଏଥିରେ ଏବେ ନାନା ପାଟେକରଙ୍କ ନାମ ମଧ୍ୟ ସାମିଲ ହୋଇ ଯାଇଛି। ଏବେ ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଅଭିନେତା ନାନା ପାଟକେର ଆଗକୁ ଆସିଛନ୍ତି। ନାନା ପାଟେକରଙ୍କ ଏକ ଏନଜିଓ ରହିଛି, ଏହାର ନାମ  ‘ନାମ ଫାଉଣ୍ଡେସନ’। ଏହି ଏନଜିଓ  ଜରିଆରେ ନାନା ସାହାଯ୍ୟର ହାତ ଆଗକୁ ବଢାଇଛନ୍ତି। ଖବର ରହିଛି ଯେ ନାନା ପାଟେକର ବନ୍ୟା ପ୍ରଭାବିତଙ୍କ ପାଇଁ ଘର ତିଆରି କରିବାକୁ ଯାଉଛନ୍ତି। 

ମୁମ୍ବାଇ ମିରରରେ ପ୍ରକାଶିତ ଖବର ମୁତାବକ ନାନା ପାଟେକର ସିରୋଲରେ ପଦମାରାଜ ବିଦ୍ୟାଳୟ ଯାଇ ନିଜେ ପୀଡ଼ିତଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ବନ୍ୟାର ଭୟାବହ ସ୍ଥିତି ଦେଖିବା ପରେ ସେ ବନ୍ୟା ବିପନ୍ନଙ୍କ ପାଇଁ  ୫୦୦ ଘର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ନାନା ପାଟେକର ବନ୍ୟା ପ୍ରଭାବିତଙ୍କ ସହ ଆଲୋଚନା ସମୟରେ ସାହାଯ୍ୟ ପାଇଁ ଆଶ୍ଵାସନା ଦେଇଛନ୍ତି ଏବଂ ସେମାନଙ୍କର ଘର ତିଆରି ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଆପଣ ଚିନ୍ତା କରନ୍ତୁ ନାହିଁ। ଥରୁଟିଏ ଘର ମିଳିଗଲେ ସବୁ କିଛି ଠିକ୍ ହୋଇଯିବ। ସରକାର ଆମକୁ କିଛି ଫଣ୍ଡ ଦେଇଛନ୍ତି। ନାମ ଫାଉଣ୍ଡେସନ ଅର୍ଥ ଯୋଗାଡ଼ କରୁଛି। ଯାହା ହୋଇ ପାରିବ ଆମେ ସବୁ କରିବୁ। ଅନେକ ଲୋକ ଆର୍ଥିକ ସାହାଯ୍ୟ ପାଇଁ ହାତ ମଧ୍ୟ ବଢାଇଛନ୍ତି। 

ନାନା କହିଛନ୍ତି ଯେ, ସରକାରଙ୍କ ନିଜର ସୀମା  ରହିଛି। ଏଥିପାଇଁ ଆମକୁ ବନ୍ୟା ବିପନ୍ନଙ୍କ ପୁର୍ନବାସ ପାଇଁ ଉଦ୍ୟମ କରିବା ଉଚିତ୍। ଯେବେ ମୁଁ ସିରୋଲ ଆସିଲି ତେବେ ଯାଇ ସ୍ଥିତି ବିଷୟରେ ଜାଣି ପାରିଲି। ଏଥିପାଇଁ ଆମେ ୫୦୦ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ କଲଓ୍ଵାଡିରେ ୩ ହଜାର ଘରର ସ୍ଥିତି ସମୀକ୍ଷା କରିବା ପାଇଁ ଯାଉଛୁ। ନାନାଙ୍କ ଏହି ପଦକ୍ଷେପକୁ ସାମାଜିକ ଗଣମାଧ୍ୟମରେ ବହୁତ ପ୍ରଶଂସା କରାଯାଉଛି। 

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଅଭିନେତା ରିତେଶ ଦେଶମୁଖ ମଧ୍ୟ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଆଗକୁ ଆସିଥିଲେ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ରିଲିଫ ଫଣ୍ଡଙ୍କୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ରିତେଶ ଦେଶମୁଖଙ୍କ ପକ୍ଷରୁ ଦିଆଯାଇଥିବା ସହାୟତାର ସୂଚନା ମୁଖ୍ୟମନ୍ତ୍ରୀ ନିଜେ ଟ୍ଵିଟର ଆକାଉଣ୍ଟ ଜରିଆରେ ଦେଇଛନ୍ତି।