Home > ମନୋରଞ୍ଜନ
ଭାରତ ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଫେରାଇବେ ସୈଫ ଅଲ୍ଲୀ ଖାନ୍ !
Khabar Odisha:Entertainment-bollywood-odisha-saif-ali-khan-says-i-wanted-to-give-back-padma-shri-to-the-indian-government-in-arbaaz-khan-talk-show-pinch
ମୁମ୍ୱାଇ, ମେ ୧୪ (ଖବର ଓଡିଶା):

ବଲିଉଡ୍‌ର ଜଣାଶୁଣା ଅଭିନେତା ଓ ପ୍ରଡ୍ୟୁସର ଅରବାଜ୍ ଖାନ୍ ଏବେ ଡିଜିଟାଲ ପ୍ଲାଟଫର୍ମରେ ନିଜର ଟକ୍ ଶୋ ପିଞ୍ଚକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏହି ଶୋ’ରେ ବଲିଉଡର ସେଲିବ୍ରିଟି ଆସି ତାଙ୍କୁ ଟ୍ରୋଲ୍ କରାଯାଉଥିବା ବିଷୟକୁ ନେଇ ଜବାବ୍ ଦିଅନ୍ତି । ନିକଟରେ ବଲିଉଡ୍‌ର ନବାବ୍ ସୈଫ ଅଲ୍ଲୀ ଖାନ୍ ମଧ୍ୟ ଏହି ଟକ୍ ଶୋ’ରେ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଥିବା ବିଷୟରେ ଖୋଲିକି ଜବାବ୍ ଦେଇଥିଲେ । ସେ ଏହି ଶୋ’ରେ ଏ କଥା ମଧ୍ୟ କହିଥିଲେ କି ସେ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଚାହାଁନ୍ତି । 

ଅରବାଜଙ୍କ ଏହି ଶୋ’ରେ ସବୁଥର ଭଳି ସୈଫ ଅଲ୍ଲୀ ଖାନ୍ ଓ ଟ୍ରୋଲର୍ସ ଜଡିତ କିଛି ପ୍ରଶ୍ନ ରଖାଯାଇଥିଲା । ଜଣେ ୟୁଜର ସୋସିଆଲ ମିଡିଆରେ ସୈଫ ଅଲ୍ଲୀ ଖାନଙ୍କୁ ଠକ ବୋଲି କହିଥଲେ । ଏହା ସହିୁତ ପୁଆ ତୈମୁର ନାମରେ ବିବାଦ, ତାଙ୍କୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ , ରେଷ୍ଟୁରାଣ୍ଟରେ ହୋଇଥିବା ଝଗଡା ଭଳି ଅନେକ କଥା ସାମିଲ କରିବା ସହିତ ସୈଫଙ୍କ ଅଭିନୟକୁ ମଧ୍ୟ ବହୁତ ଖରାପ ଭଲ କହିଥିବା କଥାକୁ ମଧ୍ୟ ସାମିଲ କରାଯାଇଥିଲା । ଏହା ସହିତ ସୈଫଙ୍କୁ ମିଳିଥିବା ପଦ୍ମଶ୍ରୀ ଆୱାର୍ଡକୁ ସେ କିଣିଥିବା ମଧ୍ୟ କୁହାଯାଇଥିଲା । 

ଏହାର ଜବାବରେ ସୈଫ କହିଥିଲେ ଯେ, ପ୍ରଥମ କଥା ମୁଁ ଠକ ନୁହଁ । ପଦ୍ମଶ୍ରୀ ପୁରସ୍କାର ଉପରେ ହୋଇଥିବା ପ୍ରଶ୍ନରେ ସେ କହିଥିଲେ ଯେ, ପଦ୍ମଶ୍ରୀ ସମ୍ମାନକୁ ମୁଁ କିଣି ପାରିବି ନାହିଁ । ମୋର ଏତେ ସାହସ ନାହିଁ ଯେ ମୁଁ ସରକାରଙ୍କ ଠାରୁ ଏହି ସମ୍ମାନ କିଣିପାରିବି । ଏହାର ମାନେ ହେଲା ସରକାରଙ୍କୁ ଲାଞ୍ଚ ଦେବାକୁ ମୋର ସାମର୍ଥ୍ୟ ନାହିଁ । ମୁଁ ଏହା ମାନୁଛି ଯେ ମୋତେ ଏହି ସମ୍ମାନ ନବାର ନଥିଲା । ସେତେବେଳେ ମୁଁ ସେ ଭଳି ପୋଜିସନରେ ନଥିଲି ଯେ ସରକାରଙ୍କୁ ମନା କରିପାରିବି । ଏ କଥା ମୋ ବାପା ମୋତେ କହିଥିଲେ । 

ସୈଫଙ୍କ କହିବା ଅନୁଯାୟୀ, ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ପଦ୍ମଶ୍ରୀ ପାଇଁ ମୋ ଠାରୁ ଅନେକ ଗୁଣରେ ଦକ୍ଷ । ଏମିତି ବି ଅନେକ ମୋ ଠାରୁ କମ୍ ଦକ୍ଷ ଲୋକ ଅଛନ୍ତି, ଯେଉଁମାନଙ୍ ପଖରେ ଏହି ସମ୍ମାନ ଅଛି । ଏହା ସହିତ ସୈଫ କହିଥିଲେ କି ସେ ଏହି ସମ୍ମାନ ଫେରାଇବାକୁ ଚାହୁଁଛନ୍ତି ।