Home > ମନୋରଞ୍ଜନ
ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ! ଅଭିନେତ୍ରୀ ଅର୍ଡର କଲେ ସବ୍ୟସାଚୀ ଲେହେଙ୍ଗା
Khabar Odisha:Entertainment-bollywood-odisha-alia-bhatt-ordered-sabyasachi-designed-bridal-lahanga-for-marriage-know-marriage-date-of-alia-and-ranbir-kapoor
ମୁମ୍ୱାଇ, ଜୁଲାଇ ୨୪(ଖବର ଓଡିଶା):

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ବର୍ତ୍ତମାନ ସମୟର ସବୁଠାରୁ ଟ୍ରେଣ୍ଡିଂ ବଲିଉଡ୍ ଯୋଡି । ଚର୍ଚ୍ଚାରେ ରହିଆସିଥିବା ଏହି ଯୋଡି ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଖାସ କଥାଟି ହେଉଛି ଆଲିଆ ଭଟ୍ଟ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । 

ଆପଣ ଠିକ୍ ଶୁଣିଛନ୍ତି, ଖବର ଶୁଣିବାକୁ ମିଳୁଛି ଯେ ନିକଟରେ ଆଲିଆ ଭଟ୍ଟ ନିଜର ବିବାହ ଲେହେଙ୍ଗା ପାଇଁ ପ୍ରସିଦ୍ଧ ଡିଜାଇନର୍ ସବ୍ୟସାଚୀଙ୍କ ସହିତ ସାକ୍ଷାତ କରିଛନ୍ତି । ଆଲିଆ ମଧ୍ୟ ଅନ୍ୟ ବଲିଉଡ୍ ଅଭିନେତ୍ରୀଙ୍କ ପରି ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧି ନଜର ଆସିପାରନ୍ତି । 

ଆଲିଆ-ରଣବୀରଙ୍କ ବିବାହ ଖବର ଲଗାତାର ସାମ୍ନାକୁ ଆସୁଥିବା ବେଳେ ଏବେ କୁହାଯାଉଛି ଯେ, ଆଲିଆ ଓ ରଣବୀର ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ନିକଟରେ  ଆଲିଆଙ୍କ ମା ବିବାହକୁ ନେଇ ସାମ୍ନାକୁ ଆସୁଥିବା  ଖବରଗୁଡିକୁ ଖାରିଜ କରିବା ସହିତ ବିବାହର ଚର୍ଚ୍ଚାକୁ ମନା କରିଥିଲେ । 

ଆଲିଆ ଓ ରଣବୀରଙ୍କ ବିବାହକୁ ଏବେ ଆହୁରି ଅନେକ ସମୟ ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ଖବର ଲଗାତାର ଭାବେ ଆସୁଛି ଏବଂ ଅନେକ ଇଭେଣ୍ଟରେ ଦୁହେଁ ଏକାଠି ମଧ୍ୟ ନଜର ଆସୁଛନ୍ତି । ଚଳିତ ବର୍ଷର ଫିଲ୍ମ ଫେୟାର ଆୱାର୍ଡ୍ସ ସମାରୋହରେ ଆଲିଆ ସମସ୍ତଙ୍କ ସାମ୍ନାରେ ନିଜରଲ ମନର କଥା କହିଥିଲେ ଏବଂ ରଣବୀରଙ୍କୁ ପ୍ରପୋଜ୍ କରିଦେଇଥିଲେ । ଏହାପରେ ଚର୍ଚ୍ଚା ବୃଦ୍ଧି ପାଇଥିଲା ।