Home > ମନୋରଞ୍ଜନ
ରିଲିଜ ହେଲା ଫିଲ୍ମ “ଆର୍ଟିକଲ ୧୫”ର ରୋମାଣ୍ଟିକ ଗୀତ
Khabar Odisha:Entertainment-bollywood-odisha-article-15-song-out-naina-yeh-ayushmann-khurrana-romantic-track
ମୁମ୍ବାଇ, ଜୁନ ୧୫ (ଖବର ଓଡ଼ିଶା):

ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ “ଆର୍ଟିକଲ ୧୫”ର ରୋମାଣ୍ଟିକ ଟ୍ରାକ ରିଲିିଜ ହୋଇଛି । ଏହି ଗୀତର ନାଁ ରହିଛି “ନୈନା ୟେ” ।

ଆଗକୁ ଆସିବାକୁ ଥିବା ଫିଲ୍ମ “ଆର୍ଟିକଲ ୧୫”ର ରୋମାଣ୍ଟିକ ଗୀତ ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆୟୁଷ୍ମାନ ଖୁରାନା । ତାଙ୍କ ସହ ସ୍କ୍ରିନ ସେୟାର କରିବେ ଇଶା ତଲୱାର । ଏହି ଗୀତଟିକୁ ୟାସିର ଦେଶାଇ ଓ ଆକାଂକ୍ଷା ଶର୍ମା କଣ୍ଠଦାନ କରିଛନ୍ତି । ଲିରିକ୍ସ ରଶ୍ମି ବିରାଗଙ୍କ ରହିଛି ଏବଂ ପିୟୁଷ ଶଂକର ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି । 

ଗୀତ “ନୈନା ୟେ” ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ଦର୍ଶକଙ୍କୁ ଏହି ଗୀତ ପସନ୍ଦ ଆସିବା ହେତଉ ଗୀତଟି ଲୋକପ୍ରିୟ ହେବାରେ ଲାଗିଲାଣି । ଏହି ଗୀତରେ ଆୟୁଷ୍ମାନ ଓ ଇଶାଙ୍କ ଭଲ କେମେଷ୍ଟ୍ରି ରହିଛି ।

  • Tags: