Home > ମନୋରଞ୍ଜନ
୧୦୦ କୋଟି କ୍ଲବର ଅଳ୍ପ ଦୂରରେ “ ଦେ ଦେ ପ୍ୟାର ଦେ” ଫିଲ୍ମ
Khabar Odisha:Entertainment-bollywood-odisha-box-office-collection-of-ajay-devgn-starrer-de-de-pyar-de-on-second-week
ମୁମ୍ବାଇ, ଜୁନ ୦୧(ଖବର ଓଡ଼ିଶା):

ବଲିଉଡ଼ ଫିଲ୍ମ “ ଦେ ଦେ ପ୍ୟାର ଦେ” ବକ୍ସ ଅଫସିରରେ ଦୁଇ ସପ୍ତାହ ପୂର୍ବରୁ ରିଲିଜ ହୋଇଛି । ଭଲ ପ୍ରଦର୍ଶନ ସହ ଏହି ସିନେମା ଭଲ ଆୟ କରି ୧୦୦କୋଟି ଛୁଇଁବା ଲକ୍ଷ ରଖିଛି । 

“ ଦେ ଦେ ପ୍ୟାର ଦେ” ମେ ୧୭ରେ ରହିଲିଜ ହୋଇଥିଲା । ଏହି ଦୁଇ ସପ୍ତାହରେ ସିନେମାଟି ପ୍ରାୟ ୮୪କୋଟି ଆୟ କରିପାରିଛି । ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛି । “ ଦେ ଦେ ପ୍ୟାର ଦେ” ରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଆସନ୍ତା ସପ୍ତାହରେ ସଲମାନ ଖାନଙ୍କ ଫିଲ୍ମ “ଭାରତ” ରିଲିଜ ହେବାକୁ ଯାଉଛି । “ ଦେ ଦେ ପ୍ୟାର ଦେ” ଫିଲ୍ମର ପ୍ରଦର୍ଶନ ଭଲ ଥିବାରୁ ବକ୍ସ ଅଫିସରେ ଏହା ୧୦୦କୋଟି ଆୟ ପାର କରିବ ବୋଲି ଆଶଙ୍କା କରାଯାଉଛି । ଏହି ଫିଲ୍ମରେ ଆଦିବ ଅଲ୍ଲୀ ନିର୍ଦ୍ଦେଶନା ଦେଇଛନ୍ତି ।

ଦେ ଦେ ପ୍ୟାର ଦେ” ଫିଲ୍ମରେ ତାଙ୍କର ପତ୍ନୀ ଭୂମିକାରେ ଥିବା ତବୁ ଏବଂ ଗର୍ଲଫ୍ରେଣ୍ଡ ରକୁଲ ପ୍ରୀତଙ୍କ ସହ ନଜର ଆସିଛନ୍ତି । ଏହି ଫିଲ୍ମ ମେଟ୍ରୋ ସିଟି ଗୁଡ଼ିକରେ ଭଲ ଆୟ କରିଛି । ଏହା ଏକ ପ୍ୟାମିଲି ଡ଼୍ରାମା ବେସଡ଼ କମେଡ଼ି ମୁଭି ।

  • Tags: