Home > ମନୋରଞ୍ଜନ
ବନ୍ଦ ହେବ ଏହି ୪ଟି ଟିଭି ସିରିଏଲ
Khabar Odisha:Entertainment-bollywood-odisha-dont-miss-these-4-tv-shows-will-go-off-air-soon-because-of-low-trp-rating
ମୁମ୍ବାଇ, ଜୁନ ୦୪(ଖବର ଓଡ଼ିଶା):

ଟେଲି ଜଗତରେ କିଛି ସିରିଏଲର ଚାହିଦା କମିବାରେ ଲାଗିଛି । ଯାହାକି ଆଗାମୀ ଦିନରେ ବନ୍ଦ ହେବାର ସମ୍ଭାବନା ରହିଛି । 

ଟିଆରପି ଅନୁସାରେ ସିରିଏଲ ଗୁଡ଼ିକର ରେଟିଙ୍ଗ ହୋଇଥାଏ । ଯାହାଦ୍ୱାରା ଜଣାପଡ଼ିଛି ଯେ ଚାରୋଟି ସିରିଏଲର ଚାହିଦା କମୁଛି । ଉଡ଼ାନ କଲର୍ସ ଚ୍ୟାନାଲର ପପୁଲାର ଶୋ’ ଥିଲା । ଯାହା ପ୍ରଥମେ ଲୋକଙ୍କ ଅତି ପସନ୍ଦ ଆସୁଥିଲା କିନ୍ତୁ ବର୍ତ୍ତମାନ ଦର୍ଶନ ଏତେ ଏହି ସିରିଏଲ ଦେଖୁନାହଁନ୍ତି । ଉଡ଼ାନ ଜୁନ ୨୧ରେ ବନ୍ଦ ହୋଇଯାଇପାରେ । ଏହା ସହ ଅଫଏୟାର ହେବା ତାଲିକାରେ ଅନ୍ୟ ଏକ ସିରିଏଲ ଯୋଡ଼ି ହେବ ଯାହା କଲର୍ସର ମରଜାୱା । ଏହା ଜୁନ ୨୮ରେ ବନ୍ଦ ହେବ ।

ନିକଟରେ ଛୋଟ ପରଦାକୁ ଆସିଥିବା ସିରିଏଲ ‘କେଶରୀ ନନ୍ଦନ’ ମଦ୍ୟ ଅଫ ଏୟାର ହୋଇପାରେ ।ଏହି ସିରିଏଲ ରିଲିଜ ହେବା ପରେ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ଟିଆରପି କମ ହେବା ପରେ ଏହାକୁ ଅଫ ଏୟାର କରାଯିବା ପାଇଁ ନିଷ୍ପତି ହୋଇଛି । କଲର୍ସର ‘ବତଷ ୟା ଅମୃତ’ ମଧ୍ୟ ଅଫ ଏୟାର ହେବାକୁ ଯାଉଛି । ଅଦା ଖାନଙ୍କ ଏହି ସିରିଏଲ ବଦଳରେ ଅନ୍ୟ ଏକ ସିରିଏଲ ଛୋଟ ପରଦାକୁ ଆସିବ ।

  • Tags: