Home > ମନୋରଞ୍ଜନ
ଇଦ୍ ଅବସରରେ ବଡ଼ ପରଦାକୁ ଆସିଲା ସଲମାନଙ୍କ ଫିଲ୍ମ “ଭାରତ”
Khabar Odisha:Entertainment-bollywood-odisha-salman-khan-bharat-Movie-released
ମୁମ୍ବାଇ, ଜୁନ ୦୫(ଖବର ଓଡ଼ିଶା):

ବଲିଉଡ଼ର ସୁପରଷ୍ଟାର ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ “ଭାରତ” ଆଜି ଇଦ ଅବସରରେ ରିଲିଜ ହୋଇଛି । ସଲମାନ ଖାନଙ୍କ ଏହି ସିନେମା ଦେଖିବାକୁ ଦର୍ଶକଙ୍କ ମନରେ ଉତ୍ସାହ ଖେଳିଯାଇଛି । ଏହି ଫିଲ୍ମ “ଭାରତ”ରେ ସଲମାନଙ୍କ ସହ ଦିଶା ପାଟନୀ ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି ।

ତାରକା ତଥା ସମସ୍ତଙ୍କ ପ୍ରିୟ ଭାଇଜାନଙ୍କ ଫିଲ୍ମ “ଭାରତ’”ଆଜି ବକ୍ସ ଅଫିସରେ ଧମାକାଦାର ଓପନିଙ୍ଗ କରିଛି । ଫିଲ୍ମ “ଭାରତ”ରେ ସଲମାନଙ୍କ ସହ ଦିଶା ପାଟନୀ ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜରକୁ ଆସୁଥିବା ବେଳେ ତବୁ ଓ ଜ୍ୟାକି ସ୍ରଫ ମଧ୍ୟ ନଜରକୁ ଆସିଛନ୍ତି । ଏହି ଫିଲ୍ମଟି ୨୦୧୪ରେ ନିର୍ମିତ ଦକ୍ଷିଣ କୋରିଆ ଫିଲ୍ମ ଓଡ୍ ଟୁ ମାଇ ଫାଦର ଫିଲ୍ମର କାହାଣୀ ଆଧାରରେ ହୋଇଛି ।

ଇଦ ସମୟରେ ସଲମାନ ଖାନଙ୍କ ସବୁ ସିନେମା ହିଟ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଇଦରେ ବଡ଼ ପରଦାକୁ ଆସିଥିବା ଫିଲ୍ମ “ଭାରତ” ଭଲ ପ୍ରଦର୍ଶନ କରିବ ବୋଲି ଆଶଙ୍କା କରାଯାଉଛି । ଏହି ସିନେମା ଅନେକ ସିନେମା ସ୍କ୍ରିନରେ ଆସିଛି । ଦର୍ଶକଙ୍କ ରିଭ୍ୟୁ ମଧ୍ୟ ଭଲ ଆସୁଥିବା ଜଣାପଡ଼ିଛି ।

  • Tags: