Home > ମନୋରଞ୍ଜନ
ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି ‘ନକ୍କାଶ’ ଟ୍ରେଲର, ବନାରସର ମନ୍ଦିରରେ ମୁସଲିମ କାରିଗର
Khabar Odisha:Entertainment-bollywood-odisha-watch-trailer-of-film-nakkash-viral-on-social-media
ମୁମ୍ବାଇ, ମେ ୧୪ (ଖବର ଓଡ଼ିଶା):

ବକ୍ସ ଅଫିସ ରିଲିଜ ହେବାକୁ ଥିବା ସିନେମା ‘ନକ୍କାଶ’ର ଟ୍ରେଲର ରିଲିଜ ହୋଇସାରିଛି । ସେହି ଟ୍ରେଲର ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ମୁସଲିମ ସମ୍ପ୍ରଦାୟ ଉପରେଆଧାରିତ ଏହି ଫିଲ୍ମଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । 

ଜେଗମ ଇମାମଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ନକ୍କାଶ’ର ଟ୍ରେଲର ଏବେ ସମସ୍ତଙ୍କ ପ୍ରିୟ ହେବା ସହ ଚର୍ଚ୍ଚାର ବିଷୟ ହୋଇଛି । ଏହି ସିନେମାଟିରେ ମୁଖ୍ୟ ଭୂମିକାରେ ଇନାମୁଲହକ ,କୁମୁଦ ମିଶ୍ରା ଓ ଶାରିବ ହାସମୀ ଅନିନୟ କରିଛନ୍ତି । ‘ନକାଶ’ ର ନିର୍ମାଣ ପବନ ତିୱାରୀ , ଗୋବିନ୍ଦ ଗୋୟଲ ଓ ଜୈଗମ ଇମାମ କରିଛନ୍ତି । 

ଏବି ଇପଫୋସଫ୍ଟ କ୍ରିଏସନ , ଜଲସା ପିକଚର୍ସ ଓ ପଦ୍ମାଜା ପ୍ରଡ଼କ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ‘ନକ୍କାଶ’ ବନାରସସରେ ରହୁଥିବା  ଏକ ମୁସଲିମ କାରିଗର ଆହ୍ଲା ରକ୍ଷାଙ୍କ କାହାଣୀ ଉପରେ ଆଧାରିତ । ସେ କାରିଗର ମନ୍ଦିରର ଗର୍ଭଗୃହ ତିଆରି କରନ୍ତି । ବନାରସରେ ଚାଲିଥିବା ରାଜନୀତି କାରଣରୁ ଆହ୍ଲାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ସେ ପୂର୍ବଭଳି ଆରମରେ ନଯାଇ ବର୍ତ୍ତମାନ ଲୁଚିଛପି ଯାଉଛନ୍ତି । କାରଣ ସେ ମୁସଲମାନ ହୋଇ ମନ୍ଦିରରେ ପ୍ରବେଶ କରି କାର୍ଯ୍ୟ କରୁଥିବା ଯେପରି କାହାକୁ ଜଣାନପଡ଼େ ।

  • Tags: