Home > ମନୋରଞ୍ଜନ
ପ୍ରେମ ଓ ସାମାଜିକ କାହାଣୀକୁ ନେଇ ନିର୍ମିତ ‘ମୋତେ ଇସ୍କ ହେଲାରେ’ ଫିଲ୍ମର ଶୁଭ ମହୁରତ
Khabar Odisha:Entertainment-wollywood-odisha-mote-ta-ishq-helare-film
ଭୁବନେଶ୍ଵର,ଜୁନ୦୬(ଖବର ଓଡ଼ିଶା):

 ସ୍ନେହା ଫିଲ୍ମ ଆଣ୍ଡ ପ୍ରଡକ୍ସନର ତୃତୀୟ ଅବଦାନ ‘ମୋତେ ଇସ୍କ ହେଲାରେ’ ଫିଲ୍ମର ଶୁଭ ମହୁରତ ନିଳାଦ୍ରୀ ବିହାର ସ୍ଥିତ ଇଶେନଶ୍ଵର ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେମ ଓ ସାମାଜିକ ସଂପର୍କକୁ ନେଇ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ରୁଦ୍ର ପାଣିଗ୍ରାହୀ ଓ ସୋଲାଙ୍କି ଭୁବେନ। 

ସେହି ପରି ଅନ୍ୟାନ୍ୟ ଭୂମିକାରେ ମନିଷ ପୁରୋହିତ, ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସହ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ ଭୂପତି ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପ୍ରଦ୍ୟୁମ୍ନ ଲେଙ୍କା। ହ୍ୟାସ୍ୟ ଭୂମିକାରେ ଗୁଡୁ ଓ ଜୀବନ ପଣ୍ଡା ଦର୍ଶକଙ୍କୁ ହସାଇବେ। ଫିଲ୍ମର ଡିଓପି ଜିତୁ ମିଶ୍ର ଥିବା ବେଳେ କାହାଣୀ ଲେଖିଛନ୍ତି ସୁନିଲ ବାପି। ସଙ୍ଗୀତ ସଂଯୋଜନା କରୁଛନ୍ତି ବିକାଶ ଶୁକ୍ଳା। ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଅଛନ୍ତି ବିବେକ କୁମାର ଏବଂ ପ୍ରଯୋଜନାର ଦାୟିତ୍ଵ ତୁଲାଇଛନ୍ତି ଅୟସ୍କାନ ମହାନ୍ତି।

  • Tags: