Home > ମନୋରଞ୍ଜନ
ସଡକ ଦୁର୍ଘଟଣାରେ ଗୋବିନ୍ଦାଙ୍କ ପୁଅ ୟସବର୍ଦ୍ଧନ ଆହୁଜା ଆହତ
Khabar Odisha:Govindas-son-injured-in-car-accident
ମୁମ୍ବାଇ, ଜୁନ ୨୫ (ଖବର ଓଡିଶା);

ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ପୁଅ ୟସବର୍ଦ୍ଧନ ଆହୁଜା ଏକ ସଡକ ଦୂର୍ଘଟଣାରେ ଆହତ ହୋଇଛନ୍ତି । ଗତକାଲି ରାତିରେ ଜୁହୁ ଠାରେ ଏହି ଦୁର୍ଘଟଣା ଘଟିଥିଲା । ୟସବର୍ଦ୍ଧନଙ୍କ କାର ସାମନାରୁ ଆସୁଥିବା ଅନ୍ୟ ଏକ କାର ସହ ପିଟି ହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଉଭୟ କାରରେ ଥିବା ଯାତ୍ରୀଙ୍କ ବିଶେଷ କ୍ଷତି ହୋଇନାହିଁ । ଗୋବିନ୍ଦାଙ୍କ ପୁଅ ୟସବର୍ଦ୍ଧନଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ବୋଲି ଜଣାପଡିଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଗୋବିନ୍ଦା ଘଟଣାସ୍ଥଳରେ ପହଂଚି ସମସ୍ତ ବୁଝାମଣା କରିଥିଲେ । ତେବେ ଉଭୟ ପଟୁ କଥାବାର୍ତ୍ତାରେ ଏହି ଘଟଣାର ସମାଧାନ ହୋଇଯାଇଥିବା ଫଳରେ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ ହୋଇନାହିଁ ।

  • Tags: