ମୁମ୍ବାଇ, ନଭେମ୍ବର୧୧ (ଖବର ଓଡ଼ିଶା):
ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ନଥିବା ଜଣାପଡ଼ିଛି ।
ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଲତା ମଙ୍ଗେସକର ସ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସଙ୍ଗେ ସଙ୍ଗେ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଲତା ମଙ୍ଗେସକରଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇ ନଥିବା ଜଣାପଡ଼ିଛି । ସେପ୍ଟେମ୍ବର ୨୮ରେ ହିଁ ଲତା ନିଜ ୯୦ତମ ଜନ୍ମଦିନ ପାଳନ କରିଥିଲେ । ଯଦି ତାଙ୍କ ସଙ୍ଗୀତ ଜୀବନ ଉପରେ ଜାଣିବା ତ, ଲତା ମଙ୍ଗେସକର ହଜାରୁ ଅଧିକ ହିନ୍ଦୀ ଗୀତରେ କଣ୍ଠଦାନ କରିଛନ୍ତି । ତେବେ ତାଙ୍କୁ ୨୦୦୧ ମସିହାରେ ଭାରତ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।