Home > ମନୋରଞ୍ଜନ
କାମ ନ ମିଳିବା କାରଣରୁ ଡିପ୍ରେଶନରେ ଥିଲେ ସେଜଲ, ସୁଇସାଇଡ୍‌ ନୋଟରେ ନାହିଁ କାହା ନାଁ
Khabar Odisha:National-news-Actress-Sejal-Sharma-Was-Suffering-From-Depression-Suicide-Note-Found
ମୁମ୍ୱାଇ,ଜାନୁଆରୀ ୨୫ (ଖବର ଓଡ଼ିଶା):

ଟିଭି ଅଭିନେତ୍ରୀ ସେଜଲ ଶର୍ମା ଶୁକ୍ରବାର ( ଜାନୁୟାରୀ 24, 2020) ନିଜର ମୁମ୍ୱାର ମୀରା ରୋଡ ସ୍ଥିତ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ସେଜଲଙ୍କୁ ସୁଇସାଇଡ୍‌ ନୋଟ ମଧ୍ୟ ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି । କିନ୍ତୁ ପୋଲିସ ଏହି ମାମଲାରେ ପ୍ରତିଟି କୋଣରୁ ଯାଞ୍ଚ କରୁଛି । କାଶୀମାରା ପୋଲିସ ମାମଲାରେ ଏକ୍ସିଡେଣ୍ଟାଲ ଡେଥର ମାମଲା ରୁଜୁ କରିଛି ଏବଂ ସେଜଲଙ୍କ ସାଙ୍ଗ ଏବଂ ରୁମମେଣ୍ଟଙ୍କୁ ମଧ୍ୟ ପଚରାଉଚାର କରୁଛି । 

ଟିଭି ଦୁନିଆର ଧାରାବାହିକ ‘ଦିଲ ତୋ ହ୍ୟାପି ହୈ ଜୀ ’ରେ କାମ କରିସାରିଥିବା ସେଜଲ ମୀରା ରୋଡ ସ୍ଥିତ ସୋସାଇଟିରେ ଭଡ଼ାରେ ରହୁଥିଲେ । ତାଙ୍କର ଶୋ’ଗତ ବର୍ଷ ଜାନୁୟାରୀରେ ଆରମ୍ଭ ହୋଇଥିଲା ଯାହା ଅଚାନକ ଅଗଷ୍ଟରେ ବନ୍ଦ ହୋଇଯାଇଥିଲା । ସିରିୟଲରେ ସେ ସିମ୍ମୀ ଖୋସଲାଙ୍କ ଭୂମିକ ଗ୍ରହଣ କରିଥିଲେ ଯିଏ ମୁଖ୍ୟ ଅଭିନେତାଙ୍କ ଭଉଣୀ ଥିଲେ । 

ସେଜଲଙ୍କ ଆତ୍ମହତ୍ୟା ଉପରେ ପୋଲିସ କହିଛି ଯେ, ସକାଳ 5ଟାରେ ସେଜଲ ନିଜର ବେଡରୁମ୍‌ରେ ପଙ୍ଖାରେ ଝୁଲିବା ଅବସ୍ଥାରେ ମିଳିଥିଲେ । ତାଙ୍କ ରୁମ୍‌ରୁ ଏକ ସୁଇସାଇଡ ନୋଟ ମଧ୍ୟ ମିଳିଛି । ଯେଉଁଥିରେ ସେ ନିଜର ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନାହାନ୍ତି । ନାଁ ଗୋପନ ରଖିବା ସର୍ତ୍ତରେ ସେଜଲଙ୍କ ଜଣେ ବନ୍ଧୁ କହିଛନ୍ତି ଯେ ସେଜଲ ଡିପ୍ରେଶନ ଦେଇ ଗତି କରୁଥିଲେ କାରଣ ତାଙ୍କ ଟିଭି ଶୋ’ ଅଧାରେ ବନ୍ଦ ହୋଇଯାଇଥିଲା ଏବଂ ଅନ୍ୟ କିଛି କାମ ମିଳୁନଥିଲା । କିନ୍ତୁ ପୋଲିସ ଏହାକୁ ଲଭ ଆଙ୍ଗେଲରୁ ମଧ୍ୟ ଯାଞ୍ଚ କରୁଛି କାରଣ ତାଙ୍କ କିଛି ସାଙ୍ଗ ସୂଚନା ଦେଇଛନ୍ତି ଯେ ସେଜଲ କାହା ସହ ରିଲେସନଶିପ୍‌ରେ ଥିଲେ । 

ରାଜସ୍ଥାନର ଯୋଧପୁରର ମୂଳବାସିନ୍ଦା ସେଜଲ 2017ରେ ମୁମ୍ୱାଇ ଆସିଥିଲେ । ସେ ଏବେ ସୁଦ୍ଧା କେବଳ ଗୋଟିଏ ସିରିଅଲରେ କାମ କରିଥିଲେ । ଏହା ପୂର୍ବରୁ ସେ କିଛି ଟିଭି କମର୍ଶଲରେ ଆମିର ଖାନ୍‌, କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ସହ ନଜର ଆସିଥିଲେ ।