Home > ମନୋରଞ୍ଜନ
ପ୍ରଭାସଙ୍କ ପାଇଁ ଭଲପାଇବା : ସାହୋ ପାଇଁ ଲମ୍ୱା ଲାଇନ, 2 ହଜାର ପାର କଲା ଟିକେଟର ଦାମ
Khabar Odisha:National-news-Prices-Of-Saaho-Ticket-Rise-High-As-Prabhas-Fans-Throng-At-Theaters
ନୂଆଦିଲ୍ଲୀ,ଅଗଷ୍ଟ ୨୯ (ଖବର ଓଡ଼ିଶା):

ଦୀର୍ଘ ଦିନ ଅପେକ୍ଷା ପରେ ଶୁକ୍ରବାର ଦିନ ଫିଲ୍ମ ସାହୋ ରିଲିଜ ହେବାକୁ ଯାଉଛି । ଦର୍ଶକ ଏହି ମୁଭିକୁ କେତେ ଅପେକ୍ଷା କରି ରହିଛନ୍ତି ତାହା ରିଲିଜ ହେବା ପୂର୍ବରୁ ଜଣା ପଡିଛି । ଦିଲ୍ଲୀରେ ଅନେକ ସିନେମା ଘରରରେ କାଲିଠାରୁ ସବୁ ଶୋ’ ଗୁଡିକ ହାଉସଫୁଲ ହୋଇ ସାରିଛି । ସେହିପରି ହାଇଦ୍ରାବାଦରେ ଟିକେଟ ପାଇଁ ଅନେକ କିଲୋମିଟରର ଲମ୍ୱା ଲାଇନ ଦେଖିବାକୁ ମିଳିଛି । ପ୍ରଭାସଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଟିକେଟ ପାଇଁ ଆକାଶଛୁଆଁ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । 

ପ୍ରଭାସଙ୍କ ସାହୋ ମୁଭି ସମ୍ପର୍କରେ ଅନେକ ଦିନରୁ ଚର୍ଚ୍ଚା ଜାରି ରହିଛି । ନିର୍ମାତାମାନେ ଫିଲ୍ମର ପ୍ରୋମସନ ମଧ୍ୟ ଜୋରଦାର ଭାବେ କରିଛନ୍ତି । କିନ୍ତୁ ସେହି ଖାସ କଥା ଯାହା କୋଟି କୋଟି ଦର୍ଶକଙ୍କୁ ସିମେନା ଘରୁ ଟାଣି ନେଉଛି ଯାହା ହେଉଛି ବାହୁବଳୀ ଏକ୍ଟର ପ୍ରଭାସଙ୍କ ପାଇଁ ଦର୍ଶକଙ୍କ ମନରେ ଥିବା ଭଲପାଇବା । ଫିଲ୍ମ ହିନ୍ଦୀ ସହ ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ ହେବାକୁ ଯାଉଛି ଏହି ମୁଭି । ଟ୍ୱିଟରରେ ମଧ୍ୟ #SaahoFromTomorrow  ଟ୍ରେଣ୍ଟ ଆରମ୍ଭ ହୋଇଛି । 

ଏହି ମୁଭିରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କାପୁର ନାୟିକା ଭୂମିକାରେ ନଜର ଆସିବେ । ପ୍ରବାସ ବାହୁବଳୀ ପରେ ପ୍ରଥମ ଥର ପାଇଁ ବଡ ପରଦାରେ ନଜରକୁ ଆସିବେ । ଏହି ମୁଭି ମାଧ୍ୟମରେ ପ୍ରଭାସ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଦର୍ଶକମାନେ ଯେକୌଣସି ଭାବେ ସିନେମା ହଲରେ ନିଜର ସିଟ ବୁକ କରିବା ପାଇଁ ଚାହୁଁଛନ୍ତି । ଏପରି ସ୍ଥିତିରେ ଦିଲ୍ଲୀର ଏକ ପ୍ରିମିୟର ସିନେମା ହଲରେ ଟିକେଟର ଦାମ 2200 ଟଙ୍କାରେ ପହଞ୍ଚିଛି । 

ଫିଲ୍ମର ନିର୍ମାତାମାନେ ଏହି ମୁଭି 400 କୋଟି ପାର କରିବା ନେଇ ଆଶା ରଖିଛନ୍ତି ।