Home > ମନୋରଞ୍ଜନ
‘ତାନାଜୀ’କୁ ଟ୍ୟାକ୍ସ ଫ୍ରି କଲେ ୟୁପି ସରକାର, ଟୁଇଟରରେ ଡ୍ରେଣ୍ଡ ହେଲା #ThankYouYOGIji
Khabar Odisha:National-news-Yogi-Govt-Declared-Tanha-Ji-Tax-Fee-Twitterati-Trends-Thank-You-Yogi-Ji
ଲକ୍ଷ୍ନୌ,ଜାନୁଆରୀ ୧୪ (ଖବର ଓଡ଼ିଶା):

ରିଲିଜ୍‌ ପରେ ବଡ଼ ପରଦାରେ ଧମାଲ କରୁଥିବା ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ତାନାଜୀକୁ ଉତ୍ତର ପ୍ରଦେଶର ସରକାର ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ।  ଯୋଗୀ ସରକାରଙ୍କ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ଘୋଷଣା ପରେ ସୋସିଆଲ ମିଡିଆରେ #ଥ୍ୟାଙ୍କୟୁଯୋଗୀଜୀ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ଅଜୟ ଦେବଗନ ମଧ୍ୟ ୟୁପି ସରକାରଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ୟୁଯର୍ସମାନେ ତାନାଜୀକୁ ଟ୍ୟାକ୍ସ ଫ୍ରି କରିବା ଉପରେ ଖୁସି ପ୍ରକଟ କରି ମହାରାଷ୍ଟ୍ରର ଉଦ୍ଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 

ଅଜୟ ଦେବଗନ ନିଜର ଅଧିକାରୀକ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି,  ୟୁପିରେ ତାନାଜୀ ଦ ଅନସଙ୍ଗ ୱରିୟରକୁ ଟ୍ୟାକ୍ସ ଫ୍ରି କରିଥିବାରୁ ଯୋଗୀ ଆଦିତ୍ୟନାଥଜୀ ଆପଣଙ୍କୁ ଧନ୍ୟବାଦ । ମୁଁ ଅଧିକ ଖୁସି ହେବି ଯଦି ଆପଣ ଆମ ଫିଲ୍ମକୁ ଦେଖିବେ । ଏହାସହ ଅଜୟ ଦେବଗନ #ତାନାଜୀୟୁନାଇଟ୍‌ସଇଣ୍ଡିଆ ହାସଟ୍ୟାଗର ବ୍ୟବହାର କରିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ଫିଲ୍ମ ଛତ୍ରପତି ଶିବାଜୀ ମହାରାଜଙ୍କ ପରମମିତ୍ର ଏବଂ ମରାଠା ସରଦାର ତାନାଜୀ ମାଲୁସରେଙ୍କ ଜୀବନୀ ଉପରେ ଅଧିରିତ ଅଟେ । ସୋସିଆଲ ମିଡିଆରେ ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେବା ସହ ଉଦ୍ଧର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାନାଜୀ ଅନସଙ୍ଗ ୱରିୟର ୟୁପିରେ ଟ୍ୟାକ୍ସ ଫ୍ରି ହୋଇଛି କିନ୍ତୁ ଯେଉଁଠାରେ ଏହା ପ୍ରଥମେ ଟ୍ୟାକ୍ସ ଫ୍ରି ହେବା ଦରକାର ଥିଲା, ସେଠାକାର ସରକାର ଆଜି ପର୍ଯ୍ୟନ୍ତ ବିଚାର କରୁଛନ୍ତି । ଶିବାଜୀ ମହାରାଜଙ୍କ ସେନା ମୁକଦର୍ଶକ ପାଲଟିଛି ?