Home > ମନୋରଞ୍ଜନ
ସର୍ଟଲେସ ଫଟୋ ସେୟାର କରି ଟ୍ରୋଲ ହେଲେ କୋହଲି, ୟୁଜର କହିଲେ-“ଟ୍ରାଫିକ ଚାଲାଣ କଟିବା ପରେ ଏହା ହିଁ ହୁଏ”
Khabar Odisha:National-sports-cricket-virat-kohli-posts-shirtless-picture-twitterati-mock-if-he-just-paid-traffic-challan
ନୂଆଦିଲ୍ଲୀ, ସେପ୍ଟେମ୍ବର ୫ (ଖବର ଓଡ଼ିଶା)

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ସର୍ଟଲେସ ଫଟୋ ସେୟାର କରିଛନ୍ତି । ଏହାକୁ ନେଇ କ୍ରିକେଟ ପ୍ରେମୀ ବିରାଟଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । କୋହଲିଙ୍କ ଏହି ଫଟୋକୁ ଦେଖି ୟୁଜର୍ସ କହୁଛନ୍ତି, କ୍ରିକେଟର ସାହାବ ନିକଟରେ ଲାଗୁ ହୋଇଥିବା ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଥିବାରୁ ଜୋରିମାନା ଦେଇଛନ୍ତି ତେଣୁ ଏପରି ଅବସ୍ଥା ହୋଇଛି । ସୂଚନାଯୋଗ୍ୟ ଯେ, ସାରା ଦେଶରେ ନୂତନ MVA 2019 ଲାଗୁ ହେବାପରେ ଟ୍ରାଫିକ ନିୟମର ଉଲ୍ଲଂଘନକାରୀଙ୍କୁ ମୋଟା ରକମର ତଣ୍ଡ ଗଣିବାକୁ ପଡୁଛି । 

କୋହଲି ନିଜର ଫଟୋ ସେୟାର କରି ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ଆମେ ଆମର ଭିତରକୁ ଦେଖିବା, ଆମକୁ କିଛି ବି ବାହାରର ଖୋଜିବାର ଆବଶ୍ୟକତା ନାହିଁ । ଏହି ଫଟୋରେ ବିରାଟ ନିଜର ଦେହକୁ ଦେଖାଇ ଅଳ୍ପ ଅଲୁଅରେ ବସିଥିବା ଦେଖିବାକୁ ମିଳୁଛି । 

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, “ଟ୍ରାଫିକ ଚାଲାଣ ଭରିବା ପରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର” । ଅନ୍ୟ ଜଣେ ୟୁଜର କହିଛନ୍ତି, “ଏହା ଫଟୋ ସୁଟ ନୁହେଁ ଚିକୁ ଚାଲାଣ ଭରିଛି”