Home > ମନୋରଞ୍ଜନ
ଅଷ୍ଟ୍ରେଲିଆ ଏବଂ ଫିଜିରେ ରିଲିଜ ହେବ ରଣବୀର ସିଂହ ଙ୍କ ଫିଲ୍ମ ସିମ୍ବା
Khabar Odisha:Ranbir-Singhs-film-Simba-will-be-released-in-Australia-and-Fiji
ମୁମ୍ୱାଇ, ଜୁନ ୨୮ (ଖବର ଓଡ଼ିଶା):

ରଣବୀର ସିଂ ଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ଆଗାମୀ ଜୁଲାଇ ମାସ 2 ତାରିଖରେ ଅଷ୍ଟ୍ରେଲିଆ ଏବଂ ଫିଜିରେ ରିଲିଜ ହେବାକୁ ଯାଉଛି ରଣବୀର ସିଂ ଙ୍କ ଫିଲ୍ମ ସିମ୍ବା । ଏହି ମୁଭି ବଡ ସ୍କ୍ରିନରେ ଆଗକୁ ଏହି ଦୁଇଟି ଦେଶରେ ରିଲିଜ ହେବାକୁ ଯାଉଛି । 

ରୋହିତ ଶେଠିଙ୍କ ଦ୍ୱାରା ନିର୍ଦେଶିତ ଏହି ଚଳଚ୍ଚିତ୍ର 2018 ମସିହାରେ ଭାରତରେ ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଙ୍କ ସହ ସାରା ଅଲ୍ଲୀ ଖାନ ମଧ୍ୟ ଅଭିନୟ କରିଥିଲେ । 

ତେବେ ରଣବୀର ସିଂ ଅଭିନିତ ଆଉ ଏକ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ରିଲିଜ ହେବାରେ ଅଛି । ଏହି ମାର୍ଚ୍ଚ ମାସରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ର ଲକ ଡାଉନ ଯୋଗୁଁ ରିଲିଜ ହୋଇପାରିନାହିଁ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ କ୍ୟାଟ୍ରିନା କେଫ ମଧ୍ୟ ଅଭିନୟ କରିଛନ୍ତି  । 

ସିମ୍ବା ଅଷ୍ଟ୍ରେଲିଆ ଏବଂ ଫିଜିରେ ରିଲିଜ ହେବ ବୋଲି ରଣବୀର ସିଂ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏ ନେଇ ଖବର ସେୟାର କରିଛନ୍ତି । 

  • Tags: