Home > ମନୋରଞ୍ଜନ
ଆରପାରିରେ ଭେଟେରାନ୍ ଅଭିନେତା ଋଷିି କପୁର
Khabar Odisha:Rishi-Kapoor-expired
ଭୁବନେଶ୍ୱର, ଏପ୍ରିଲ 30( ଖବର ଓଡ଼ିଶା):

ବଲିଉଡ୍ ଜଗତରେ ଶୋକର ଛାୟା ।  ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ପରଲୋକ  । ‌ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ  ହରାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ  ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ କିଛି ଦିନ ହେଲା କ୍ୟାନ୍ସର ରେ ପୀଡ଼ିତ ଥିଲେ । ମୁମ୍ବାଇ ସ୍ଥିତ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେ ନ୍ୟୁୟର୍କ ରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା ।

  • Tags: