Home > ମନୋରଞ୍ଜନ
ଭାରତର ପରାଜୟ ଉପରେ ରିଶି କପୁରଙ୍କ ବଡ ବୟାନ, କହିଲେ- କପ୍ ହମାରା ହୈ !
Khabar Odisha:Sports-cricket-Entertainment-odisha-rishi-kapoor-reacts-on-india-defeat-by-england-team-in-icc-world-cup-match-on-sunday-advises-indian-team-for-no-complacency
ମୁମ୍ୱାଇ, ଜୁଲାଇ ୦୨(ଖବର ଓଡିଶା):

ରବିବାର ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଚଳିତ ବିସ୍ୱକପରେ ପ୍ରଥମ ଥର ପାଇଁ ପରାଜିତ ହୋଇଥିଲା । ଏହି ପରାଜୟ ପରେ ଅନେକ ପ୍ରକାରର ପ୍ରିତକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କିଛି ଫ୍ୟାନ ନିରାଶ ହୋଇଥିବା ବେଳେ ଅଧିକାଂଶ ଫ୍ୟାନ୍ ଟିମ୍ ଇଣ୍ଡିଆ ବିଶ୍ୱ ବିଜେତା ହେବ ବୋଲି ଆଶା ରଖିଛନ୍ତି । ଏମାନଙ୍କ ଭିତରେ ଭେଟେରାନ୍ ବଲିଉଡ୍ ଅଭିନେତା ରିଶି କପୁର ମଧ୍ୟ ସାମିଲ ଅଛନ୍ତି । ରିଶି କପୁର ନିଜ ଅନ୍ଦାଜରେ ଇଂଲଣ୍ଡ ବିପକ୍ଷରେ ମିଳିଥିବା ପରାଜୟ ଉପରେ ମତ ଦେଇଥିଲେ । 

ରିଶି କପୁର ଟ୍ୱିଟ କରି ଲେଖିଥିଲେ, ସବୁବେଳେ ଜିତିବ ନାହିଁ । କେବେ କେବେ ଅନ୍ୟକୁ ବି ସୁଯୋଗ ଦିଅ । ବଡ କଥା ହେଲା ସେମିଫାଇନାଲ ପାଇଁ ଆପଣଙ୍କ ପାଖରେ ଏବେ ବି ସୁଯୋଗ ଅଛି । ଏଥିପାଇଁ ଅଧିକ ଖୁସି ହୁଅନ୍ତୁ ନାହିଁ ଏବଂ ଆଗକୁ ଆସୁଥିବା ସ୍ଥିତିକୁ ହାଲୁକାରେ ନିଅନ୍ତୁ ନାହିଁ । କପ୍ ଆମର ହିଁ ହେବ । 

ଜୁନ୍ ୩୦ ତାରିଖରେ ବର୍ମିଂଘମରେ ହୋଇଥିବା ମ୍ୟାଚରେ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଥିଲା । ଚଳିତ ବିଶ୍ୱକପରେ ଏହା ଥିଲା ଟିମ୍ ଇଣ୍ଡିଆର ପ୍ରଥମ ପରାଜୟ । ରିଶି କପୁର ଏବେ ଆମେରିକାରେ ଅଛନ୍ତି । ସେ ଏକ ଗମ୍ଭୀର ରୋଗର ଚିକିତ୍ସା ପାଇଁ ସେଠାକୁ ଯାଇଛନ୍ତି ।