Home > ମନୋରଞ୍ଜନ
କୋହଲିଙ୍କୁ ପ୍ରଶଂସା କଲେ ରଣବୀର, ନୂଆ ଇଣ୍ଡିଆର ହିରୋ ହେଉଛନ୍ତି ବିରାଟ
Khabar Odisha:Sports-cricket-odisha-ranveer-singh-share-photo-of-indian-cricket-team-wrote-message-for-virat-kohli
ଇଂଲଣ୍ଡ, ଜୁନ୍ ୧୮(ଖବର ଓଡିଶା):

ରଣବୀର ସିଂହ ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ମଞ୍ଚେଷ୍ଟାରର ଓଲ୍ଡ ଟ୍ରାଫେର୍ଡ ପଡିଆରେ ପହଞ୍ଚିଥିଲେ । ସେଠାରେ ସେ ଭାରତୀୟ କ୍ରିକେଟ ଦଳକୁ ଉତ୍ସାହିତ କରୁଥିଲେ । ଏବେ ରଣବୀର ଟିମ୍ ଇଣ୍ଡିଆର ସବୁ ପ୍ଲେୟାରଙ୍କ ସହିତ ଉଠାଇଥିବା ଫୋଟୋକୁ ଟ୍ୱିଟରରେ ସେୟାର କରିଥିଲେ । 

ସଚିନ ଚେନ୍ଦୁଲକର, ବିରାଟ କୋହଲି, ବିରେନ୍ଦ୍ର ସେହବାଗ, ବ୍ରାଏଲ ଲାରା, ସୌରଭ ଗାଙ୍ଗୁଲି, କେଏଲ୍ ରାହୁଲ, ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ନିଜର ଫୋଟୋ ପୋଷ୍ଟ କରିଛନ୍ତି ରଣବୀର ସିଂହ । ଏହା ସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଇମୋସନାଲ ମେସେଜ୍ ମଧ୍ୟ ଲେଖିଛନ୍ତି ରଣବୀର । ରଣୀବୀର ଲେଖିଛନ୍ତି ଯେ, ମୁଁ ପିଲାଦିନରୁ ହିଁ ଟିମ୍ ଇଣ୍ଡିଆର ବହୁତ ବଡ ଫ୍ୟାନ ରହିଆସିଛି । ମୋତେ ଆମ ଟିମ୍ ପାଇଁ ବହୁତ ଭଲପାଇବା ରହିଛି । ବିରାଟ କୋହଲି ଭାରତୀୟ କ୍ରିକେଟକୁ ପରିବର୍ତ୍ତନ କରିଦେଇଛନ୍ତି । ସେ ବହୁତ କାମାସକ୍ତ । ସେ ସବୁବେଳେ ଭଲ ଖେଳିଆସିଛନ୍ତି । ସେ ହେଉଛନ୍ତି ଦେଶକୁ ରିପ୍ରେଜେଣ୍ଟ କରୁଥିବା ପ୍ରକୃତ ଯୋଦ୍ଧା । ଏହା ହେଉଛି ନୂଆ ଭାରତ ଏବଂ ସେ ହେଉଛନ୍ତି ନୂଆ ଭାରତର ହିରୋ । ଆମକୁ ତମ ପାଇଁ ଗର୍ବିତ ଅଧିନାୟକ । ଏକ ଫୋଟୋରେ ରଣବୀର, ବିରାଟଙ୍କ ସହିତ ମସ୍ତି ମୁଜରେ ନଜର ଆସୁଛନ୍ତି ।