Home > ମନୋରଞ୍ଜନ
ଦେଶୀ ଖାଦ୍ୟ ପାଇଁ ଗୁୟାନାର ଗଳିରେ ଭୋକିଲା ବୁଲୁଥିଲେ ବିରୁଷ୍କା
Khabar Odisha:Sports-cricket-odisha-team-india-captian-virat-kohli-went-on-desi-lunch-date-with-wife-anushka-sharma-in-guyana
ଗୁୟାନା, ଅଗଷ୍ଟ ୦୯(ଖବର ଓଡିଶା):

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ କ୍ଲିନ ସ୍ୱିପ କରିବା ପରେ ବିରାଟ ବାହିନୀ ଏବେ ଦିନିକିଆ ସିରିଜକୁ ଟାର୍ଗେଟ କରିଛି । ଯଦିଓ ପ୍ରଥମ ମ୍ୟାଚଟି ବର୍ଷା ପାଇଁ ବାତିଲ୍ ହୋଇଯାଇଛି, କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚକୁ ଜିତି ଦିନିକିଆ ସିରିଜ ମଧ୍ୟ ହାସଲ କରିବା ପାଇଁ ଚାହିଁବ ଟିମ୍ ଇଣ୍ଡିଆ । 

ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ ପହଞ୍ଚିଥିବା ଭାରତୀୟ ଦଳର ବହୁତ ଟାଇଟ୍ ସିଡ୍ୟୁଲ ରହିଛି । ଏହି ଟାଇଟ୍ ସିଡ୍ୟୁଲ ଭିତରେ ବି ଭାରତୀୟ ଅଧିନାୟକ ମିଷ୍ଟର ରୋମାଣ୍ଟିକ କୋହଲି ନିଜ ସ୍ତ୍ରୀ ଅନୁଷ୍କାଙ୍କ ପାଇଁ ସମୟ ବାହାର କରିନିଅନ୍ତି । ଗୁରୁବାର ଦିନ ଗୁୟାନା ଦିନିକିଆ ପୂର୍ବରୁ କୋହଲି ଓ ଅନୁଷ୍କା ଦେଶୀ ମଧ୍ୟାହ୍ନ ଭୋଜନ ପାଇଁ ଗୁୟାନାର ଗଳିରେ ବୁଲୁଥିଲେ । ବହୁତ ସମୟ ଖୋଜିବା ପରେ ତାଙ୍କୁ ଶେଷରେ ଏକ ଦେଶୀ ରେଷ୍ଟୁରାଣ୍ଟ ମିଳିଯାଇଥିଲା ଏବଂ ଦୁହେଁ ୱେଷ୍ଟଇଣ୍ଡିଜରେ ମଧ୍ୟ ଭାରତୀୟ ଖାଦ୍ୟର ମଜା ନେଇଥିଲେ । 

କୋହଲି ଏହାର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଷ୍ଟାଟସରେ ଦେଇଥିଲେ । ଫଟୋ ସହିତ ସେ ଲେଖିଥିଲେ ଯେ, ମୋ ଲଭଲିଙ୍କ ସହିତ ସୁସ୍ୱାଦୁ ଭୋଜନ । ଅନୁଷ୍କା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଗୁୟାନାର କିଛି ଫଟୋ ସେୟାର କରିଥିଲେ । 

  • Tags: