Home > ମନୋରଞ୍ଜନ
ଚଳିତ ବର୍ଷ ଏକ ମାସ ବିଳମ୍ୱରେ ଆରମ୍ଭ ହେବ ବହୁଚର୍ଚ୍ଚିତ ଟେଲିଭିଜନ ଶୋ ବିଗବସ
Khabar Odisha:The-much-hyped-television-show-Bigg-Boss-will-launch-a-month-later-this-year
ମୁମ୍ୱାଇ, ଜୁନ ୨୭ (ଖବର ଓଡ଼ିଶା):

ଭାରତୀୟ ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ସିରିଏଲ ବିଗବସର 14 ତମ ସଂସ୍କରଣ ପ୍ରସାରଣ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମହାମାରୀ କରୋନା କାରଣରୁ ଚଳିତବର୍ଷ ପାଖାପାଖି ଗୋଟିଏ ମାସ ବିଳମ୍ବରେ ଟିଭିରେ ପ୍ରସାରଣ ହେବ ବିଗବସ । ତେବେ ଏହି ସୋ କୁ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବା ନିମନ୍ତେ ଜୋରସୋରରେ କାମରେ ଲାଗିପଡିଛନ୍ତି ବିଗବସ ପ୍ରଡକ୍ସନ ହାଉସ । 

ଏହି ସୋ ରେ ଭାଗ ନେବାକୁ 30 ଜଣ ଅଂଶଗ୍ରହଣକାରୀ ବଛା ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ 16 ଜଣଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ବଛାଯିବ ବୋଲି ଜଣାପଡିଛି  । 16 ଜଣଙ୍କ ମଧ୍ୟରୁ 13 ଜଣ ସେଲିବ୍ରେଟି ଥିବାବେଳେ ଏବଂ ତିନି ଜଣ ସାଧାରଣ ଲୋକ ମଧ୍ୟ ରହିବେ ବୋଲି ଜଣାପଡିଛି । ଏହା ସହ ସୋ ଆରମ୍ଭ ହେବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କର କୋଭିଡ-19 ପରୀକ୍ଷା କରାଯିବ ବୋଲି ପ୍ରଡକ୍ସନ ସଂସ୍ଥା ସୂଚନା ଦେଇଛି । 

ଏହି ସୋ ର ସୁଟିଙ୍ଗ ମୁମ୍ବାଇର ଫିଲ୍ମ ସିଟିରେ ଅନୁଷ୍ଠିତ ହେବ । ଏହା ସହ ଏହି ସୋ କୁ ହୋଷ୍ଟ କରୁଥିବା ସଲମାନ ଖାନ ତାଙ୍କ ଘର ବାନ୍ଦ୍ରାରୁ ହିଁ ସୁଟିଙ୍ଗରେ ଯୋଗଦେବେ ବୋଲି ଜଣାପଡିଛି ।

  • Tags: